ମହିଳା ଆୟୋଗ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

26

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପ୍ରତିଟି ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶାନ୍ତି ଓ ବୁଝାମଣା ରହିବା ସହ ପରିବାର ରେ ମହିଳା ଟିଏ ଯେପରି ସମ୍ମାନ ପାଇପାରିବ ସେଥିପାଇଁ ମହିଳା କମିଶନ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଡଃ ମିନତୀ ବେହେରା। ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ରାଜ୍ୟ ମହିଳା ଆୟୋଗଙ୍କ ଆୟୋଜନରେ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସହଯୋଗ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଆୟୋଗ ଡଃ ବେହେରା ଉଭୟ ମହିଳା ଓ ପୁରୁଷ ସମାଜ ମୁଦ୍ରାର ଦୁଇଟି ପାର୍ଶ୍ଵ।ପ୍ରାଚୀନ ଭାରତ ରେ ନାରୀ ଏକ ମହନୀୟ ସ୍ଥାନର ଅଧିକାରୀ ଥିଲା।ସମ୍ବିଧାନରେ ଉଭୟ ମହିଳା ଓ ପୁରୁଷ ଙ୍କୁ ସମାନ ଅଧିକାର ଦେଇଥିଲେ ମଧ୍ୟ ନାରୀ କେତେ ସ୍ଥାନରେ ଅବହେଳା ର ଶୀକାର ହେଉଛି।ପ୍ରତି ଜିଲ୍ଲାରେ ମହିଳା ମାନଙ୍କ ପାଇଁ ସୁରକ୍ଷା ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି।ଏହା ସହ ମହିଳା କମିଶନ ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ ସଚେତନତା ଶିବିର ମାଧ୍ୟମରେ ମହିଳା ମାନଙ୍କ ପାଇଁ ଆଇନ ରେ ଥିବା ଅଧିକାର, ଦାୟିତ୍ୱ, କର୍ତ୍ତବ୍ୟ ଓ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଉଛି ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପାରିବାରିକ ସଂହତି ଓ ସଦଭାବନା ବଜାୟ ରଖି ମହିଳା ମାନଙ୍କୁ ପରିବାର ଓ ସମାଜ ରେ ଉପଯୁକ୍ତ ସମ୍ମାନ ପ୍ରଦାନ ରେ ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଜିଲ୍ଲା ସ୍ତରରେ ମଧ୍ୟ ଅନୁରୂପ ସହଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ଅତିରିକ୍ତ ଏସ ପି ବିଷ୍ଣୁ ଚରଣ ପତି ଜିଲ୍ଲାର ଥାନା ମାନଙ୍କ ରେ ମହିଳା ଓ ଶିଶୁ ଡେସ୍କ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯାଉଛି ବୋଲି କହିବା ସହ ଏହି ଭଳି ଶିବିର ଜିଲ୍ଲା ସ୍ତରରେ ଆୟୋଜନ ଦ୍ଵାରା ଅଧିକ ସଚେତନତା ରେ ସହାୟକ ହେଉଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ସଚିବ ବିଥିକା ସ୍ୱାଇଁ, ସଦସ୍ୟ ସ୍ୱାଗତିକା ମହାନ୍ତି, ବିଜୟା ବରୁହା, ପରାମର୍ଶ ଦାତା ଡ଼ଃ ଏନ୍ ଟୁନା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଦେଇଥିଲେ। ସମାଜ କଲ୍ୟାଣ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବିଭାଗ ଓ ସ୍ୱଛାସେବୀ ସଂଗଠନ ର ମହିଳା ଅଧିକାରୀ କର୍ମଚାରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More