ମହିଳାଙ୍କ ମୋବାଇଲକୁ ଅଶ୍ଳୀଳ ମେସେଜ ପଠାଇବାକୁ ନେଇ ଆକ୍ରମଣ, ସାଲେପୁର ଥାନାରେ ଅଭିଯୋଗ

8

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) :-ମୋବାଇଲ ମେସେଜକୁ ନେଇ ଗଣ୍ଡଗୋଳ।ସ୍ୱାମୀସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ଼ ଅଭିଯୋଗ। ଅଭିଯୋଗ ଆଣିଲେ ସାଲେପୁର ଥାନା ରାଇସୁଙ୍ଗୁଡା ଗ୍ରାମର ଚିନ୍ମୟୀ ମହାନ୍ତି।ଚିନ୍ମୟୀ ମହାନ୍ତିଙ୍କ ସ୍ୱାମୀ ରବି ମହାନ୍ତିଙ୍କ ମୋବାଇଲରୁ ସେହି ଗ୍ରାମର ଜଣେ ମହିଳାଙ୍କ ପାଖକୁ ଯାଇଥିଲା ଅଶ୍ଳୀଳ ମେସେଜ। ଯାହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏହି ଘଟଣାକୁ କେନ୍ଦ୍ରକରି ସେହି ଗ୍ରାମର ବାବୁଲା ମହାନ୍ତି, ବାବାଜୀ ମହାନ୍ତି ଓ ସାବି ମହାନ୍ତି ତାଙ୍କ ସ୍ୱାମୀକୁ ମରଣାତ୍ମକ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରୁ ରବି ମହାନ୍ତି କୌଶଳକ୍ରମେ ଖସି ପଳାଇଯାଇଥିଲେ। ରବି ମହାନ୍ତିଙ୍କୁ ନପାଇବାରୁ ବାବୁଲା ମହାନ୍ତି ଓ ସହଯୋଗୀ ମାନେ ଚିନ୍ମୟୀ ମହାନ୍ତିଙ୍କୁ ଏକ ଖୁଣ୍ଟରେ ବାନ୍ଧି ବାଡେଇଥିବାର ଅଭିଯୋଗ ଆଣିଛନ୍ତି ଚିନ୍ମୟୀ ମହାନ୍ତି।ଚିନ୍ମୟୀ ମହାନ୍ତିଙ୍କ ଶାଶୁ ଓ ପିଲାମାନେ ଖୁଣ୍ଟରୁ ଫିଟାଇବାକୁ ଆସି ସେମାନଙ୍କ ମାଡର ଶିକାର ହୋଇଥିଲେ। ଏବେ ଚିନ୍ମୟୀ ମହାନ୍ତିଙ୍କ ୩ପିଲାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପରିବାର ଉପରେ ପ୍ରତିଶୋଧ ନେବା ସହ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ ନେଇ ଚିନ୍ମୟୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବାବୁଲା ମହାନ୍ତି ଓ ସହଯୋଗୀମାନେ ମଧ୍ୟ ଚିନ୍ମୟୀଙ୍କ ନାମରେ ପାଲଟା ଅଭିଯୋଗ ଥାନାରେ କରିଛନ୍ତି। ଉଭୟ ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More