ମହିଳାଙ୍କ ମୃତ ଦେହ ଉଦ୍ଧାର

12

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – ଜଣେ ମହିଳାଙ୍କ ଝୁଲନ୍ତା ଶବ ତାଙ୍କ ଘରର ବେଡ଼ ରୁମର ସିଲିଙ୍ଗ ପଙ୍ଖାରୁ ସେକ୍ଟର-୭ ଥାନା ଅଧିକାରୀ ତାଙ୍କ ସଦଳବଳେ ଉଦ୍ଧାର କରିଛନ୍ତି । ମୃତକଙ୍କ ଶବଟିକୁ ରାଉରକେଲା ସରକାରୀ ଡାକ୍ତରଖାନା-(RGH) ମର୍ଗ ହାଉସରେ ରଖିଥିବା ବେଳେ ତାଙ୍କ ବାପଘର ପରିବାର ବର୍ଗଗଣ ଆସି ସେହି ଥାନାରେ ଏହା ଏକଘୃଣ୍ୟ ହତ୍ୟାକାଣ୍ଡ ବୋଲି କହି ଲିଖିତ ଅଭିଯୋଗ କରିଥିଲେ, ମୃତ ସସ୍ମିତା ବାରିକ-(ରୀନା)-(42)ଙ୍କ ସ୍ୱାମୀ ସମରେଶ ବାରିକ ନିଜେ ହିଁ ତାଙ୍କ ସ୍ତ୍ରୀକୁ ଜୀବନରୁ ମାରିଦେଇଥିବା ଘରଣାଟିକୁ ମୃତ ମହିଳାଙ୍କ ବୁଢ଼ୀମାଆଙ୍କ ସମେତ ଦୁଇ ବଡ଼ଭଉଣୀ,ଭାଇ, ଓ ଭେ୍ଣୋଇଁ ମିଶି କାନ୍ଦିକାନ୍ଦି ଏପରି ବୟାନ ଦେଉଛନ୍ତି । ଆମ ଝିଅକୁ ନ୍ୟାୟ ଦିଅନ୍ତୁ, ଆମ ଝିଅ କଦାପି ଆତ୍ମହତ୍ୟା କରିବ ନାହିଁ, ଏହା ଆତ୍ମହତ୍ୟା ନୁହେଁ ଏକ ଯୋଜନା ବଦ୍ଧ ହତ୍ୟା ଘଟଣାଟିଏ ବୋଲି ସର୍ବସମ୍ମୁଖରେ କାନ୍ଦି କାନ୍ଦି କହିବାଟା ଅନେକଙ୍କ ମନରେ ପ୍ରଶ୍ନବାଚୀ ଶୃଷ୍ଟି କରାଇ ଦେଇଛି । ଗୋଟିଏ ପକ୍ଷରେ ବାପଘର ପରିବାର ବର୍ଗ ଏପରି କଠୋର ଭାବେ ହତ୍ୟା ଅଭିଯୋଗ କରୁଥିବା ବେଳେ, ଅପର ପକ୍ଷରେ ତାଙ୍କର ଦୁଇ କୁନି କୁନି ଛୁଆମାନେ ସ୍କୁଲରୁ ଫେରି ଦେଖିଲେ ଘରେ କେହି ନ ଥିବା ସମୟରେ ହଠାତ ଏକୁଟିଆରେ ମାଆଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବାର ଦୃଶ୍ୟ, ଓ ପାଖ ପଡୋଶୀଙ୍କୁ ଖବରଦେଇ ଡାକିବାପରେ,ପରେ ସମସ୍ତେ ଆସିବା ଓ ବାପା-ସମରେଶ ବାରିକ ପରେ ଆସି ଘରେ ପହଞ୍ଚିବା ଘଟଣା, ରାଉରକେଲା ପୋଲିସ ପ୍ରଶାସନଙ୍କ ସମେତ ସମଗ୍ର ରାଉରକେଲା ସହରର ବୁଦ୍ଧିଜୀବୀଙ୍କ ମହଲରେ ଏକ ସନ୍ଦେହ ଜନକ ଓ ରହସ୍ୟମୟ ମୃତ୍ୟୁର ଆଗାଜ ଦେଉଛି। ଖବର ପାଇ ଆନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସତ୍ୟା ସତ୍ୟ ପଦାକୁ ଆଣିବେ ବୋଲି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ପ୍ରତିଶୁତି ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More