ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଘଟଣା , ଲୁଟେରା ଗିରଫ

13

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ୧୬ ନଂ ଜାତୀୟ ରାଜପଥର ଏଚପି ପେଟ୍ରୋଲ ପମ୍ପ ଶାସନ ନିକଟରୁ ଗତ କାଲି ସନ୍ଧ୍ୟା ସମୟରେ ଦୁଇ ରାଜପଥ ଚେନ ଲୁଟେରା ବାଇକରେ ଆସି ଭାଇଙ୍କ ସହ ବାଇକରେ ବସି ଯାଉଥିବା ମହିଳା ମଧୁସ୍ମିତା ନାୟକଙ୍କ ବେକରୁ ଜଣେ ଲୁଟେରା ଚେନ ଛିଡାଇ ପଳାଇ ଯାଉଥିବା ବେଳେ ମହିଳା ଓ ତାଙ୍କ ଭାଇ ଲୁଟେରାକୁ ପିଛା କରିଥିଲେ। ଲୁଟେରା କିଛିବାଟ ଯିବାପରେ ସାଥୀ ଲୁଟେରାକୁ ଚେନଟି ଦେଇ ବାଇକ ସ୍ପିଡ୍ କରି ଫେରାର ହୋଇ ଯାଇଥିଲା। କିନ୍ତୁ ଲୁଟେରାକୁ ପିଛା କରିଥିବା ମହିଳା ଓ ତାଙ୍କ ଭାଇ ଏହାକୁ ଦେଖି ନେଇ ଥିଲେ। ଏହାକୁ ନେଇ ସନ୍ଦେହ କରି ଦ୍ୱିତୀୟ ଲୁଟେରାକୁ ପଚାରିବାରୁ ଜୋରରେ ବାଇକ ଚଳାଇ ପଳାଇବା ବେଳେ ତାଙ୍କୁ ପିଛା କରିବାରୁ ଲୁଟେରା ରାସ୍ତା ଠିକ ନଜାଣି ପାରି ଏକ ଗ୍ରାମ ଭିତରକୁ ପଶି ଯାଇଥିଲା ଗ୍ରାମବାସୀ ଲୁଟେରାକୁ କାବୁ କରି ମାଡ଼ ମାରିବା ସହ ପୁଲିସର ଜିମା ଦେଇଥିଲେ। ମହିଳାଙ୍କ ଘର ଭଦ୍ରକ ଆଖଣ୍ଡଳମଣି ଛକ ହୋଇଥିବା ବେଳେ ବେପାର ସମ୍ବଧିୟ କାମରେ ଭଦ୍ରକରୁ ଭଣ୍ଡାରି ପୋଖରୀ ଯାଉଥିଲେ। ଚେନ ଟି ଲୁଟେରା ଠାରୁ ଜବତ ହୋଇଥିବା ବେଳେ ଚେନ ରେ ଥିବା ଲକେଟ୍ ଟି କେଉଁଠି ଗଳିପଡ଼ିଥିବା ଜଣା ଯାଇଛି। ମହିଳା ଏ ନେଇ ଭଣ୍ଡାରି ପୋଖରୀ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଲୁଟେରାର ନାମ ଅଜୟ କୁମାର ସାହୁ ପିତା ଦୁର୍ଯ୍ୟଧନ ସାହୁ ଗ୍ରାମ ଶଙ୍ଖଚିଲା ଥାନା ପାଣିକୋଇଲି ଜିଲ୍ଲା ଯାଜପୁର। ଭଣ୍ଡାରି ପୋଖରୀ ଥାନା ପକ୍ଷରୁ ଲୁଟେରା ବିରୋଧର ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More