ମହିଳାଙ୍କ ଠାରୁ ସୁନାଚେନ ଝାମ୍ପିନେଲେ ଲୁଟେରା

10

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଥାନା ଅଧିନ ଗୋପାଳସାଗର ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ନିକଟରୁ ଲୁଟେରା ମାନେ ଏକ ମହିଳାଙ୍କ ଠାରୁ ସୁନାଚେନ ଝାମ୍ପି ନେଇଥିବ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଅନୁସାରେ ଗୋପାଳସାଗର ବାସିନ୍ଦା ପ୍ରଶାନ୍ତ କୁମାର ସିଂଙ୍କ ପତ୍ନୀ ବସନ୍ତମଞ୍ଜରୀ ସିଂ ନିକଟ ପଡ଼ିଶା ଘରକୁ ଯାଉଥିବା ସମୟରେ ୨ଜଣ ଯୁବକ ଏକ ଆପାଚି ବାଇକରେ ଆସି ତାଙ୍କ ବେକରୁ ସୁନାଚେନ ଝାମ୍ପି ନେବାବେଳେ ବସନ୍ତମଞ୍ଜରୀ ଜୋରରେ ପାଟି କରିବାରୁ ପଡିସାଘର ମହିଳା ଓ ଆଖପାଖ ଘରର ଲୋକମାନେ ରୁଣ୍ଡ ହୋଇଯିବାରୁ ଲୁଟେରା ଜଣକ ହାତରେ ଚେନ ଜାବୁଡ଼ି ଧରିଥିଲା । ତାକୁ ନେଇ ଅନ୍ୟଜଣେ ଠିଆ ହୋଇଥିବା ବାଇକରେ ବସି ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ପୋଲିସ ଆସି ତଦନ୍ତ କରିବା ସହ ଆଖପାଖରେ ଲାଗିଥିବା ସି.ସି.ଟିଭି ଫୁଟେଜ ଯାଂଚକରୁଥିବା ଜଣାପଡିଛି। ତେବେ ଲୁଟେରା ମାନେ ଯେତିକି ସୁନାଚେନ ନେଇ ଛନ୍ତି ତାର ଆନୁମାନିକ ମୂଲ୍ୟ ଅଢେ଼ଇ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଶ୍ରୀମତୀ ସିଂ ସୂଚନ ଦେଇଛନ୍ତି । ଏଠାରେ ସୂଚନାରୁ ପ୍ରକାଶ ଯେ ଗୋପାଳସାଗର ଅଞ୍ଚଳଟି ବ୍ରାଉନସୁଗାର ଚୋରା ବେପାରୀଙ୍କ ଆଡାସ୍ଥଳୀ ପାଲଟି ଥିବାରୁ ବାହାରୁ ବହୁ ନିଶାଖୋର ବ୍ୟକ୍ତି ଏହି ଅଞ୍ଚଳକୁ ଆସୁଛନ୍ତି। ତେଣୁ ପୋଲିସ ପକ୍ଷରୁ ଚୋର ଓ ବ୍ରାଉନସୁଗାର ବେପାରକୁ ବନ୍ଦ କରିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More