ମହିଳାଙ୍କ ଠାରୁ ଝାମ୍ପି ନେଲେ ଏକ ଲକ୍ଷ ତିରିଶ ହଜାର ଟଙ୍କା

10

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ) : -କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ତନ୍ତିଆପାଳ ଥାନା ଅନ୍ତର୍ଗତ ବେଣାକନ୍ଦା ଗ୍ରାମର ମିନତୀ ବେନ୍ୟାଙ୍କ ଗତ 27 ତାରିଖ ଦିନ ରାତି ୯ଟା ସମୟରେ ଏକ ଲକ୍ଷ ତିରିଶ ହଜାର ଟଙ୍କା ଦୁଇଜଣ ଦୁର୍ବୁତ୍ତ ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ମିନତୀ ବନ୍ୟା ଜଣେ ଆତ୍ମ ନିର୍ଭର ଶିଳ ମହିଳା ଭାରତ ଫାଇନାନ୍ସ ନାମକ ଏକ ଋଣ ପ୍ରଦାନ କାରି କମ୍ପାନୀରେ କାମ କରନ୍ତି । ଗାଁ ଗାଁରେ ବୁଲି ଲୋକ ମାନଙ୍କ ଋଣ ଦେବା ସହ ଋଣ ଆଦାୟ ମଧ୍ୟ କରିଥାନ୍ତି କିନ୍ତୁ ଗତ 27/09/2022 ତାରିଖ ରାତି ୯ଟା ସମୟରେ ସ୍ୱାମୀ ହରିପଦ ବେନ୍ୟା ଙ୍କ ସହ ଆଦାୟ ହୋଇଥିବା ଏକ ଲକ୍ଷ ତିରିଶ ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ରାଜୁ ମଣ୍ଡଳ ଓ ସଞ୍ଜୟ ମଣ୍ଡଳ ନାମକ ଦୁଇ ଗୁଣ୍ଡା ପ୍ରବୃତ୍ତିର ଲୋକ ହଟାତ ଆସି ମିନତୀ ବେନ୍ୟା ହାତରୁ ଟଙ୍କା ବ୍ୟାଗ ଛଡ଼ାଇବା ସହ ସ୍ୱାମୀ ହରିପଦ ବେନ୍ୟାଙ୍କୁ ରାସ୍ତା ମଝିରେ ମାଡ ମାରି ଟଙ୍କା ବ୍ୟାଗ ଛଡାଇ ନେଇ ପଳାଇଯାଇଥିଲେ । ସୂଚନା ମୁତାବକ ମିନତୀ ବେନ୍ୟା ଓ ତାଙ୍କ ସ୍ୱାମୀ ହରିପଦ ବେନ୍ୟା ତନ୍ତିଆପାଳ ଥାନାଁରେ ଦୁଇ ଦୁର୍ବୁତ୍ତ ରାଜୁ ମଣ୍ଡଳ ଓ ସଞ୍ଜୟ ମଣ୍ଡଳଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଘଟଣାକୁ ଦୀର୍ଘ ଚାରିଦିନ ବିତିଗଲା ସତେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତନ୍ତିଆପାଳ ଥାନ ପକ୍ଷରୁ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସୂଚନା ମୁତାବକ ଦୁଇ ଜଣ ଦୁର୍ବୁତ୍ତ ରାଜୁ ଏବଂ ସଞ୍ଜୟ ମଣ୍ଡଳଙ୍କ ନାମରେ ଆଗରୁ କ୍ରିମିନାଲ ରେକର୍ଡ ଥାଇ ମଧ୍ୟ ଏବେବି ଖୋଲା ଖୋଲି ଭାବରେ ବାହାରେ ବୁଲୁଛନ୍ତି ଦୁଇ ଅପରାଧୀ । କିନ୍ତୁ ବୁଦ୍ଧିଜୀବୀ ମାନଙ୍କ କହିବା କଥା ପୋଲିସ କାହିଁକି ସେମାଙ୍କୁ ଧରିବା ପାଇଁ ବିଳମ୍ବ କରୁଛି ତାହା କୋଉଠି ନା କୋଉଠି ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ମିନତୀ ବେନ୍ୟା ସ୍ୱାମୀ ହରିପଦ ବେନ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟା ଶିଥିଳ ହେଉଥିବାରୁ କେନ୍ଦ୍ରାପଡ଼ା ଏସଡିପିଓ ଓ ଏସପିଙ୍କ ଦ୍ୱାରସ୍ତ ହେଇଥିବାର ଦେଖିବାକୁ ମିଳିଛି । ଆମେ ଆଶା କରିବୁ ସାଧାରଣ ଜନତାଙ୍କ ଯେଉଁ ଆଶା ଭରସା ଅଛି ପୋଲିସ ଉପରେ ତାହା କେବବି ଅସ୍ପଷ୍ଟ ନହେଉ । ପୋଲିସ ତୁରନ୍ତ ଦୁଇ ଅପରାଧୀଙ୍କୁ ଗିରଫ କରି ମିନତୀଙ୍କୁ ନ୍ୟାୟ ଦେଉ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More