ମହିଳାଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ରେଭିନ୍ୟୁଗୁଡା ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ସକାଳେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଗ୍ରାମର ରେଭିନ୍ୟୁଗୁଡା ସାହିର କୃଷ୍ଣ ଓ ତାର ବଡ ସ୍ତ୍ରୀ ବୁଧବାର ଦିନ ସମୟରେ କୁଲି କରିବାକୁ ଯାଇଥିଲେ | ଘରେ କେହି ନଥିବାର ସୁଯୋଗ ନେଇ କୃଷ୍ଣ ସୌରାଙ୍କ ସାନ ସ୍ତ୍ରୀ ଡାଳିମ୍ବ ସୌରା (୩୦) ନିଜ ଓଢଣି ବେକରେ ବାନ୍ଧି ଘର ଦୁଲମରେ ଓହଳି ଆତ୍ମହତ୍ୟା କରିଥିଲେ | ଏମାନେ କୁଲି କାମ ସାରି ଅପରାହ୍ନ ୫ ଘ. ସମୟରେ ଘରେ ପହଞ୍ଚି ଦେଖିଥିଲେ ଯେ ଡାଳିମ୍ବ ଆତ୍ମହତ୍ୟା କରିଛି | ଉକ୍ତ ଖବର ପ୍ରସାର ହେବା ପରେ ତାଙ୍କ ଘର ଆଗରେ ଲୋକ ଗହଳି ହୋଇଥିଲା | ଖବର ପାଇ ଡାଳିମ୍ବଙ୍କ ବାପ ଘର ଲେକେ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ | ଏନେଇ ମୃତକର ଭାଇ ସାହେବ ସିଂ ଡାବୁଗାଁ ଥାନାରେ ଗୁରୁବାର ସକାଳେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ଏନେଇ ଥାନା କେସ ନଂ ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More