ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ , ସ୍ୱାମି ଗିରଫ

28

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଶାଶୂଘରେ ଦେହରେ କିରୋସିନ ଲାଗି ପୋଡିହୋଇ ପ୍ରାଣ ହରାଇଲେ ମହିଳା। ବାପଘର ଲୋକେ ଆଣିଲେ ଯୌତୁକ ଜନିତ ହତ୍ୟା ଅଭିଯୋଗ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ରାମକାପୁର ଗାଁରେ। ମୃତା ମହିଳା ହେଲେ ରଶ୍ମିତା ବେହେରା। ଜଗତପୁର ଥାନା ବଡ଼ଭିମରାଜପୁର ଗାଁର ରଶ୍ମିତା ଦେଢ଼ବର୍ଷ ପୂର୍ବେ ରାମକାପୁର ଗାଁର ବସନ୍ତ ବେହେରାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବହୁ ସୁନାରୁପା ଅଳଙ୍କାର ସହ ଆସବାବପତ୍ର ଦେଇଥିଲେ ତେବେ ଦୀର୍ଘଦିନ ଧରି ଆହୁରି ଅଧିକ 60 ହଜାର ଟଙ୍କା ଯୌତୁକ ଦାବି କରିଆସୁଥିଲେ ଶାଶୂଘର ଲୋକେ। ଯୌତୁକ ଦେବାକୁ ଅସମର୍ଥ ହେବାରୁ ଝିଅ କୁ ଜ୍ୱାଇଁ ସମେତ ପରିବାର ଲୋକେ ଅକଥନୀୟ ଅତ୍ୟାଚାର କରୁଥିଲେ ।ଶେଷରେ ତାକୁ କିରୋସିନ ଢାଳି ନିଆ ଲଗାଇ ପୋଡି ମାରିଦେଇଥିବା ଝିଅର ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ମୃତା ରଶ୍ମିତାଙ୍କ ଶାଶୁ। ଏହି ଘଟଣାରେ ମାହାଙ୍ଗା ପୋଲିସ ଜ୍ୱାଇଁ ବସନ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏପଟେ ପୋଲିସ ଏହି ଘଟଣାର ସଠିକ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More