ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ଦୁଷ୍କର୍ମ ଅଭିଯୋଗରେ ମଲକିଗୁଡା ଗ୍ରାମର ଜଣେ ଯୁବକକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ୫.୧.୨୨ ଦିନ ସନ୍ଧ୍ୟା ୬ ଘ. ସମୟରେ ରାବଣାଗୁଡା ଗ୍ରାମର ୨୨ ବର୍ଷୀୟ ଜଣେ ବିବାହିତ ମହିଳା ଗ୍ରାମ ପାଖ କାରାଗାଁ ଗ୍ରାମକୁ ନିଜ ବନ୍ଧୁ ଘରକୁ ଦିଆଲି ପର୍ବରେ ଯୋଗ ଦେବା ପାଇଁ ଯାଉଥିଲା | ସେହି ସମୟରେ କାରାଗାଁ ଗ୍ରାମର ଡକରି ଦେଓ ମନ୍ଦିର ପାଖରେ ମଲକିଗୁଡା ଗ୍ରାମର ସିଦ୍ଧାନ୍ତ ହରିଜନ (୨୪) ଆସି ମହିଳାଙ୍କୁ ତାଙ୍କ ନାଁ ପଚାରିଥିଲା | ପରେ ମହିଳାଙ୍କ ହାତକୁ ଧରି ଟାଣି ଟାଣି ରାସ୍ତା ପାଖ ଜମି ମଧ୍ୟକୁ ନେଇ ପାଟିରେ ହାତ ଦେଇ ତା ସହ ଦୁଷ୍କର୍ମ କରିଥିଲା | ତା ପରଦିନ ମହିଳା ଜଣଙ୍କ ଆସି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୩/୨୨ ରେ ଏକ ମାମଲା ରୁଜୁ କରି ସବଇନିସ୍ପେକ୍ଟର ମେନକା ଶା ଘଟଣାର ଦଦନ୍ତ କରିଥିଲେ | ସେହି ଦିନ ଠାରୁ ଅଭିଯୁକ୍ତ ସିଦ୍ଧାନ୍ତ ହରିଜନ ଫେରାର ଥିଲା | ସିଦ୍ଧାନ୍ତ ନିଜ ଘରକୁ ଫେରିଥିବା ସୋମବାର ପୋଲିସ ଖବର ପାଇ ତାଙ୍କୁ ଧରି ଥାନାକୁ ଅଣାଯାଇଥିଲା | ପରେ ସିଦ୍ଧାନ୍ତକୁ ଗିରଫ କରଯାଇଥିଲା | ମଙ୍ଗଳବାର ଅଭିଯୁକ୍ତ ସିଦ୍ଧାନ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More