ମହିଳାଙ୍କୁ ଏସିଡ ମାଡ କଲେ ଦୃବୁର୍ତ

28

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ | ଆଉ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ମୁତାବକ ଆଠଗଡ-ତିଗିରିଆ ନୂଆପାଟଣାରେ ଜଣେ ମହିଳାଙ୍କୁ ଏସିଡ ମାଡ଼ କରାଯାଇଛି । ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି | ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍‌ ତାଙ୍କୁ କେହି ଦୃବୁର୍ତ୍ତ ଏସିଡ ମାଡ଼ କରି ଖସି ଯାଇଥିବା ପୁଲିସ ସୂଚନା ଦେଇଛି | ମହିଳାଙ୍କୁ ତିଗିରିଆ ପୁଲିସ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ମହିଳାଙ୍କ ନାମ ରିନା ସାହୁ(୩୬) ବୋଲି ଜଣାପଡିଥିବାବେଳେ ଉକ୍ତ ମହିଳାଙ୍କ ଶରୀର ୫୦ ଭାଗ ପୋଡିଯାଇଥିବା ଜଣାପଡ଼ିଛି | କାହିଁକି ଏବଂ କିଏ ଏସିଡ ମାଡ଼ କରିଛି ପୁଲିସ ତଦନ୍ତ ଜାରି ରଖିଛି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More