ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଉରକେଲା ସହରରେ ପଣା ବଣ୍ଟନ

22

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) :ଅପ୍ରେଲ ମାସ ୧୪ ତାରିଖ ଦିନ ମହାବିଷୁବ ସଂକ୍ରାନ୍ତି ଅବସରରେ ଇସ୍ପାତ ସମାରୋହ ସହର ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ବି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ୧୪ ତାରିଖ ଦିନ ସେକୁର-୩ ସ୍ଥିତ ମା ତାରିଣୀ ମନ୍ଦିର ଠାରେ ଗରିମା ପକ୍ଷରୁ ବିଷୁବ ମିଳନ ସହିତ ପଣା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ସେହିପରି ୧୪ ତାରିଖ ଦିନ ସେକ୍ଟର ୫ ସ୍ଥିତ ଆଦର୍ଶ ପାଠାଗାର ଠାରେ ପଦ୍ମଶ୍ରୀ ସମ୍ମାନ ଶ୍ରୀ ବାବା ବାଲିଆ ଙ୍କ ଦ୍ୱାରା ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଥିଲା ଓ ଓଡ଼ିଆ ନବବର୍ଷ ପାଳନ ସହିତ ବିଷୁବ ମିଳନ କିପରି ଜଡ଼ିତ ଏବଂ ଏ ବାବଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ।ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ନବବର୍ଷ ଉପଲକ୍ଷେ ଆୟୋଜିତ ବିଷୁବ ମିଳନ ଆୟୋଜନର ଉଦ୍ଦେଶ୍ୟ ବାବଦରେ ଆଲୋଚନା କରିଥିଲେ।ସେକ୍ଟର ୨, ସେକ୍ଟର ୧୭,କୋଏଲ ନଗର A block ,ଶକ୍ତି କ୍ଲବ, ଆମ୍ବାଗନ୍ ଛକ, ସେକ୍ଟର ୨୦,ବିଭିନ୍ନ ମହିଳା ସଂସ୍ଥା ତରଫରୁ ସମସ୍ତଙ୍କୁ ପଣାସଂକ୍ରାନ୍ତି ଅବସରରେ ପଣାବଣ୍ଟନ ହୋଇଥିଲା। ୧୪ ତାରିଖ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଅଦର୍ଶ ପାଠାଗାର ଓ ଭଞ୍ଜ କଲ୍‌ଚରାଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ପଣା ସଂକ୍ରାନ୍ତି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇ ଥଣ୍ଡାପାନୀୟ,ପଣା ଆଦି ବଣ୍ଟନ କରାଯାଇଥିଲା।ସେହିପରି ଏହି ଅବସରରେ ସେକ୍ଟର-୨ ଖରିଆବହାଲ ବିନ୍ଧାଣି ଗଳିରେ ଝାମୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା।କିଛି ପୁଅ ଓ ଝିଅ ମାନେ ୧ ମାସ କାଳ ଓଳିଏ ଖାଇ ଉପାସ କରିଥିବା ସହ ଆଜି ନିଆଁ ରେ ଚାଲିଥିଲେ।ଏହି ଝାମୁ ଯାତ୍ରା ଦେଖିବା ପାଇଁ ସହ ସହ ଲୋକ ଭିଡ଼ ହୋଇଥିବା ବେଳେ ସେଠାରେ ଦହି ପଣା ଓ ରସନା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ସେହିଭଳି ୧୪ ଅପ୍ରେଲ୍ ଦିନ ଭାରତ ସମ୍ବିଧାନର ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ତାଙ୍କର ୧୨୨ତମ ଜନ୍ମଦିବସ ପାଳିତ ହୋଇଯାଇଛି ।ବିଶେଷ କରି ସ୍ଥାନୀୟ ଉଦିତ୍ ନଗର ସ୍ଥିତ ଆମ୍ବେଦକର ଛକ ଓ ସେକ୍ଟର ୧୭ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆମ୍ବେଦକରଙ୍କ ସ୍ମୃତିଚାରନ କରିଥିଲେ।ରାଉରକେଲା ରୁ କ୍ୟାମେରା ମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More