ମହା ଆଡମ୍ବରରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

20

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ତିତ ନୃସିଂହ ମନ୍ଦିର ପ୍ରା°ଗଣରେ ନୃସିଂହ ମହାପ୍ରଭୁ°କର ଚନ୍ଦନ ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ଭୋର ସକାଳୁ ଗ୍ରାମର ସ୍ତ୍ରୀ ଲୋକ ମାନେ ମୁଣ୍ଡରେ କଳସୀ ଜଳ ଆଣି ଯ°ଗ୍ୟକୁଣ୍ଡରେ ସ୍ଥାପିତ କରିଥିଲେ । ଗ୍ରାମର ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ରଥ,ରମେଶ ଚନ୍ଦ୍ର ରଥ ଓ ମନ୍ଦିର ପୂଜକ ମନୋଜ କୁମାର ମିଶ୍ର°କ ବେଦ, ମନ୍ତ୍ର ଓ ଶ୍ଲୋକ ଉଚ୍ଚାରଣ ସହ ପୂଜା ପଦ୍ଧତି କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟକର୍ତ୍ତା ଭାବେ ସନ୍ତୋଷ ମହାନ୍ତି ଓ ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆଜି ନାମଯଗ୍ୟ°, ଘୃତଯଗ୍ୟ° ଓ ଅନ୍ନଯଗ୍ୟ° ଆୟୋଜିତ ହେବା ସହ ଶହଶହ ସ°ଖ୍ୟାରେ ଭକ୍ତ ଓ ଦର୍ଶାଳୁ ମାନେ ଯୋଗ ଦେଇ ନୃସିଂହ ମନ୍ଦିର ବେଢ଼ା ପରିକ୍ରମା କରିବା ସହିତ ଲକ୍ଷ୍ମୀ ନୃସିଂହ°କ ସାନ୍ନିଧ୍ୟ ପ୍ରାପ୍ତ କରିଥିଲେ । ସ°ଧ୍ୟାରେ ଠାକୁରଙ୍କୁ ବିମାନ ଯୋଗେ ନଗର ପରିକ୍ରମା କରାଯାଇଥିଲା ଯାହାକି ସ°ପୁର୍ଣ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏହି ଗ୍ରାମର ବିଜୟ ପଣ୍ଡା,କାଳନ୍ଦୀ ପାତ୍ର,କାଳୁ ମହାରଣା,ବାଳକୃଷ୍ଣ ପ୍ରଧାନ, ସାହେବ ବାରୀକ,ଭଗବାନ ସାହୁ,ରାମଚନ୍ଦ୍ର ମାଢୀ, ଶରତ ଭୁୟାଁ,ଶିବାଜୀ ସ୍ୱାଇଁ,ନାଲୁ ପରିଡା, ମ°ଗଳା ବାରୀକ, ଜଗବନ୍ଧୁ ବାରୀକ , ଉମାଚାନ୍ଦ ବରାଳ ପ୍ରମୁଖ°କ ସହଯୋଗରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସୁରୁଖୁରୁରେ ପାଳିତ ହୋଇଥିବା ଜଣାପଡିଛି ।ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More