ଢେଙ୍କାନାଳ(ସଂଘର୍ଷ ମିଡିଆ ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମହାଲୁଣ୍ଡା ପଂଚାୟତ ମହାଲୁଣ୍ଡା ଗ୍ରାମବାସୀ ଦୀର୍ଘ ଦିନ ହେଲାଣି ଭୋଗୁଛନ୍ତି ଜଳକଷ୍ଟ । ଗ୍ରାମକୁ ପାନୀୟ ଜଳ ପାଇଂ ପାଇପ୍ ବିଛା ହୋଇଥିବା ବେଳେ ଆଜିକୁ ୫ ବର୍ଷ ହେବ ପାଣି ପାଇବାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ଏ ନେଇ ସରପଂଚ , ବିଭାଗୀୟ ଅଧିକାରୀ ଙ୍କୁ ବହୁବାର ଜଣାଇ ଆସିଥିଲେ ବି କୌଣସି ପଦକ୍ଷେପ ଗ୍ରହଣ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଗ୍ରାମର ୫୦୦ ଟି ପରିବାର ରହୁଥିବା ବେଳେ ଜନସଂଖ୍ୟା ୨୦୦୦ ରୁ ଅଧିକ ହେବ । ଏତେ ସଂଖ୍ୟକ ଲୋକ ଙ୍କ ପାଇଂ ୩ ଟି ନଳକୂପ ଥିବା ବେଳେ ୨ ଟି ଅଚଳ ହୋଇପଡିଥିବା ବେଳେ ୧ ଟି ସଚଳ ଅବସ୍ଥାରେ ଅଛି । ମାତ୍ର ସେଥିରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନୁହଂ । ଗ୍ରାମବାସୀ ଗ୍ରାମ ଠାରୁ ୧ କି.ମି ଦୂର ରେ ଥିବା ଏକ ଖୋଲା କୂଅରୁ ପିଇବା ପାଣି ଆଣିଥାନ୍ତି । ଗାଈଗୋରୁ ଙ୍କ କଥା ନ କହିବା ଭଲ । ଏ ନେଇ ସରପଂଚ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ସାରିଥିଲେ ବି ଫଳ କିନ୍ତୁ ଶୂନ । ସରପଂଚ ଙ୍କ ମତାମତ ନେବାରେ ସେ କୁହନ୍ତି ଜଳ ଯୋଗାଣ ନିମନ୍ତେ ଜେଉଁ ପାଇପ ବିଛାଜାଇଛି ସେଥିରେ କିଛି ବ୍ୟକ୍ତି ପାଇପ ରେ କଣା କରି ନେଉଛନ୍ତି ଫଳରେ ତଳ ଆଡକୁ ପାଣି ଜାଇ ପାରୁ ନାହିଂ । ଏ ସମସ୍ୟା ଉପୁଜିବା ବେଳେ ମୁଂ ନିଜେ ମିସ୍ତ୍ରୀ ଲଗାଇ ବାରମ୍ବାର ମରାମତି କରିଆସିଛି କିନ୍ତୁ କିଛି ମନ୍ଦ ପ୍ରକୃତିର ଲୋକ ପାଇପ୍ ରେ କଣା କରୁଥିବାରୁ ଏ ସମସ୍ୟା ଲାଗିରହୁଛି । ଅଚଳ ନଳକୂପ ସଂପର୍କ ରେ ମତ ଦିଅନ୍ତି ଯେ ମହାଲୁଣ୍ଡା ଗ୍ରାମବାସୀ ମୋତେ କେବେ ଲିଖିତ ଅଭିଯୋଗ ଜଣାଇ ନାହାନ୍ତି ଫଳରେ ମରାମତି ହୋଇପାରିନାହିଂ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ମତାମତ ନେବାରେ ତାଂକ ମୋବାଇଲ ରେ ଯୋଗାଯୋଗ ସକ୍ଷମ ହୋଇପାରିନଥିଲା । ଆଗାମୀ ଦିନରେ ପାନୀୟ ଜଳର ସମସ୍ୟା ଦୂର ନ ହେଲେ ବ୍ଲକ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ମହାଲୁଣ୍ଡା ଗ୍ରାମବାସୀ ।
Get real time updates directly on you device, subscribe now.