ମହାଲୁଣ୍ଡାରେ ଜଗନ୍ନାଥ ମନ୍ଦିରର ରତ୍ନାମୁଦ ମହୋତ୍ସବ ଅନୁଷ୍ଠିତ

9

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ମିଡିଆ) : – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମହାଲୁଣ୍ଡା ପଂଚାୟତ ମହାଲୁଣ୍ଡା ଗ୍ରାମରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରତ୍ନାମୁଦ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର 150 ଜଣ ମହିଳା ଭକ୍ତ ମହାଲୁଣ୍ଡା ବଡ ପୋଖରୀରୁ କଳସରେ ଜଳ ଆଣି ବେଡ଼ାନାଳି ଓ ନୂଆପଡା ଗ୍ରାମ ପରିକ୍ରମାରେ ଏକ ବିରାଟ ଶୋଭାଯାତ୍ରାରେ କଳସରେ ଜଳ ଆଣି ଯଜ୍ଞ ମଣ୍ଡପ ନିକଟରେ ସ୍ଥାପନା କରିଥିଲେ । ପୂଜକ ସଞ୍ଜୟ ପତି ଓ ସତ୍ୟ ନାରାୟଣ ସର ପୂଜାର୍ଚନା କରିଥିଲେ । କର୍ତ୍ତା ଭାବେ ମହାଲୁଣ୍ଡା ଗ୍ରାମ କମିଟି ସଭାପତି ଶିଶିର ସାହୁ ଦାୟିତ୍ୱ ତୁଲାଇଥିଲେ । ମନ୍ଦିର ପରିସରରେ ନାମ ସଂକୀର୍ତନ ହୋଇଥିଲା । ଆଖ ପାଖରୁ ପ୍ରାୟ 10 ଗୋଟି ମଣ୍ଡଳୀ ଭାଗ ନେଇଥିଲେ । ସ୍ଥାନୀୟ ଅଂଚଳର ପ୍ରାୟ ପାଞ୍ଚ ହଜାରରୁ ଅଧିକ ଲୋକ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ । ରତ୍ନାମୁଦ ଉତ୍ସବରେ ମହାଲୁଣ୍ଡା ବେଡ଼ା ନାଳି ଓ ନୂଆପଡା ଗ୍ରାମବାସୀ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More