ମହାମାରୀ କରୋନା ସମୟର ସାଥି ରଞ୍ଜିତା ପ୍ରିୟଦର୍ଶିନୀ

30

Get real time updates directly on you device, subscribe now.

ଭୁବନେଶ୍ୱର: ରଞ୍ଜିତା ପ୍ରିୟଦର୍ଶିନୀ ଯିଏ ହେଉଛନ୍ତି ପେସାରେ ଜଣେ ଆଇନଜୀବୀ, ଗତବର୍ଷ ସେ ତାଙ୍କ ଆଇନ ବିଭାଗରେ ଅଧ୍ୟନ ସାରିଥିଲେ । କୋଭିଡ ସମୟରେ ଘରରୁ ନ ବାହାରି ମଧ୍ୟ ଇମେଲ , ଟ୍ୱିଟର ,ମେସେଜ ଓ କଲ ମାଧ୍ୟମରେ ସାହାଯ୍ୟ କରି ହେବ ତାହାର ଉଦାହରଣ ପାଲଟିଛନ୍ତି ରଞ୍ଜିତା ।ଗତବର୍ଷ ଯେଉଁବୋଲି ଭାବରେ ମହାମାରୀ କରୋନା ତାଣ୍ଡବ ରଚିଥିଲା ସେହି ସମୟରେ ମଧ୍ୟ ରଞ୍ଜିତା ତାଙ୍କ ଅଧ୍ୟନ ସମୟରେ ଫସିଥିବା ଶ୍ରମିକ ଲୋକଙ୍କ ପାଇଁ ସାହାଯ୍ୟ ହାଥ ବଢାଇଥିଲେ ଓ ଏଥିପାଇଁ ଅନେକ ଲୋକଙ୍କ ପାଖରେ ଆଶୀର୍ବାଦର ପାତ୍ର ହୋଇଥିଲେ । ଶ୍ରମିକଙ୍କୁ ବାହାର ରାଜ୍ୟରୁ ଆଣି ଓଡିଶା ପହଚେଇବା ଓ ଓଡିଶାରେ ଫସିଥିବା ଶ୍ରମିକଙ୍କୁ ତାଙ୍କ ନିଜ ଘର କୁ ପହଚେଇବା ପାଇଁ ବିଭିନ ରାଜ୍ୟ ଓ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଓ ବରିଷ୍ଠ ଅଧିକାରୀଙ୍କୁ ନିବେଦନ କରି ସଫଳ ହୋଇଥିଲେ ।ରଞ୍ଜିତା ଜଣେ ପଶ୍ଚିମ ବଙ୍ଗ ଶ୍ରମିକଙ୍କୁ ପଚାରିଲେ ଆପଣ ମୋ ଫୋନ ନମ୍ବର କେଉଁଠୁ ପାଇଲେ ତ ସେଇ ଶ୍ରମିକ ଉତ୍ତର ଦେଲା କି ମାଡ଼ମ ଆପଣ ଏଇ କରୋନାର ଘଡିସନ୍ଧି ମୁହୂର୍ତ୍ତ ରେ ସାହାଯ୍ୟ କରନ୍ତି ବୋଲି ଆପଣଙ୍କ ନମ୍ବର ସୋସିଆଲ ମେଡିଆର ଫେସବୁକରେ ପାଇଲି ବୋଲି କହିଲେ । ରଞ୍ଜିତା ତାଙ୍କ ଚେଷ୍ଟା ଓ ଧର୍ଯ୍ୟ ରଖି ଭାରତ ବର୍ଷର ଆନ୍ଦ୍ର ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ବିହାର, କେରଲା, ବାଙ୍ଗାଲୋର, ରାଜସ୍ଥାନ , କାନପୁର ,ଗୁଜରାଟ, ମଧ୍ୟ ପ୍ରଦେଶ ଏ ଭଳି ଅନେକ ରାଜ୍ୟରୁ ଶ୍ରମିକ ଟିଏ ଫୋନ କରୁ, କି ଟ୍ୱିଟ କରୁ କି ଗୋଟିଏ ମେସେଜ ଟିଏ କରିଲେ ରଞ୍ଜିତା ତାକୁ ଉଦ୍ଧାର କରିଦିଅନ୍ତି ଓ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦିଅନ୍ତି। ଏଇ ମହାନ କାର୍ଯ୍ୟ ପାଇଁ ତାଙ୍କ ସହ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ , ଆଇଏଏସ୍ ଅଫିସର, ବିଧାୟକ ଆଉ ସାଂସଦ ତା ସହ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ମିସି ରଞ୍ଜିତାର କାମକୁ ଆହୁରି ସରଳ କରନ୍ତି ଯେଉଁଥିରେ ଉପକୃତ ହୁଅନ୍ତି ଶ୍ରମିକ । ଗତବର୍ଷ କୋଭିଡର ପ୍ରଥମ ଲହର ଠାରୁ ଚଳିତ ବର୍ଷ ଦୂତୀୟ ଲହରରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଅଧିକ ଥିବା ବେଳେ ରଞ୍ଜିତାଙ୍କ ମଧ୍ୟ ଲିଭର ଜନିତ ସମସ୍ୟା ରହିଥିବାରୁ ସେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଜଗି ଘରେ ରହି ମଧ୍ୟ ଟ୍ୱିଟର ଓ ଫୋନ ଓ ମେସେଜ ଦ୍ୱାରା ଖବର ପାଇଲେ ମାତ୍ରେ ସାହାଯ୍ୟ କରିବାକୁ ଆଗକୁ ଆସନ୍ତି । ୭୦୦୦ରୁ ଉର୍ଦ୍ଧ ଲୋକ ଯେପରି ଲେପ୍ରସି ରେ ଆକ୍ରାନ୍ତ ରୋଗୀ , ବୟସ୍କ ବୃଦ୍ଧା , ବିକଳାଙ୍ଗ ବ୍ୟକ୍ତି, କୋଭିଡ ପାଇଁ ଆବଶ୍ୟକ ଥିବା ଜରୁରୀ ଇଂଜେକସନ ଲିପୋଷୋମାଲ ଆମ୍ଫୋଟେରିସୀନ ୫୦ ଏମ.ଜି ଓ ହସ୍ପିଟାଲରେ ବେଡ଼ରୁ ଆରମ୍ବ କରିକି ଅକ୍ସିଜେନ ଓ ଖାଇବା ସୁବିଧା ମଧ୍ୟ ପହଁଚି ଥାନ୍ତି କରୋନା ଆକ୍ରାନ୍ତଙ୍କ ନିକଟରେ ଓ ଏହା ସହ ଅନ୍ୟାନ୍ୟ ବଡ଼ଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯାଇ ଗରିବ ପରିବାରକୁ ଖାଦ୍ୟ ସାମଗ୍ରୀ ଦେବା ସହ ସୁଖ ଦୁଃଖ ମଧ୍ୟ ବୁଝନ୍ତି ରଞ୍ଜିତା ପ୍ରିୟଦର୍ଶନି । ଆଗାମୀ ଦିନରେ କି ଭଳି ସମଲିଙ୍ଗତା ରହିବ ସବୁ ପୋଲିସ ଥାନାରେ ସେଇଟା ହେଉଛି ମୂଳ ଲକ୍ଷ , ଯେହେତୁ ସିଏ ହେଉଛନ୍ତି ଏହାର ପିଟିସନର ।(change.org/genderequalityinpoliceforce)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More