ମହାମାରୀ କରୋନା ଜୀବିକା ଛଡାଇ ନେଇଥିଲାବେଳେ ଦାଉ ସାଧିଲା ବନ୍ୟା

10

Get real time updates directly on you device, subscribe now.

କେନ୍ଦ୍ରାପଡା  ( ସଂଘର୍ଷ ମିଡିଆ ) : ଗୋଟେପଟେ ମହାମାରୀ କରୋନା ଛଡେଇ ନେଇଥଲା ଜୀବନ ଜୀବିକା । ଏବେ ବନ୍ୟା ବୋଝ ଉପରେ ନଳିତା ବିଡାପରି ଦାଉସାଜିଲା । କେନ୍ଦ୍ରାପଡା ଜିଲା, ଡେରାବିଶ ବ୍ଲକ, ବେଣିପୁର ଠାରେ ଘାଇ ହୋଇ ପ୍ରାଏ ୨୫୦୦ରୁ ଉର୍ଧ ଲୋକେ ଜଳବନ୍ଦି ହୋଇ ରହିଥିଲେ।
ହଠାତ୍ ଘାଇ ଭାଙ୍ଗିଯିବା ଖବର ପାଇ ଚକିତ ହୋଇ ପଡିଥିଲେ ବେଣିପୁର। ଉପର ମୁଣ୍ଡରେ ଲଘୁଚାପର ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିଲା ବନ୍ଯା। ପାଣିର ସ୍ରୋତ ଏତେ ବଢିଥିଲା ଯେ ଅସମ୍ଭାଳ ହୋଇପଡିଥିଲା ସେହି ଅଂଚଳ । ଏବେ ଛାଡି ଜାଇଚି ବନ୍ଯା ହେଲେ ବଢି ଯାଇଚି ଲୋକଙ୍କ ଦୁର୍ଦଷା। ବନ୍ଯା ପାଣି ବଢିବାର ସମୟରେ ଗାଇଗୋରୁଙ୍କୁ ଉଧାର କରୁ କରୁ ଭାସି ଯାଇଥିଲା ସବୁକିଛି କେବଳ ପିନ୍ଧିଥିବା ବସ୍ର ଛଡା ଘରୁ ଜିନିଷ ପତ୍ର ବାହାର କରିବା ଅସମ୍ଭବ ହୋଇ ପଡିଥିଲା ଏହି ଅଂଚଳର ୫ଟି ୱାର୍ଡର ୩୦ଟିରୁ ଅଧିକ କଚ୍ଚା ଘର ଭାଙ୍ଗିଯାଇଛି । ବହୁମାତ୍ରା ରେ ଚାଷ ଜମି ନଷ୍ଟ ହୋଇ ଯାଇଛି।ବନ୍ଯାରେ ଭାଙ୍ଗିଥିବା ସବୁ କଚ୍ଚାଘର ଓ ଖୋଲା ଆକାଶ ତଳେ ଥାଇ ଦିନ କାଟୁଥିବା ବନ୍ଯା ବିପନ୍ନଙ୍କୁ ତୁରନ୍ତ ସରକାରଙ୍କ ସାହାଯ୍ଯ ଯୋଗାଇ ଦେବାକୁ ଗ୍ରାମବାସିମାନେ ଦାବି କରିଛନ୍ତି।ଡେରାବିଶ ରୁ, ସର୍ବେଶ୍ବର ମଲିକ୍ଙ୍ ରିପୋର୍ଟ ସଂର୍ଘସ ନିୟୁଜ୍।


Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More