ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିଶାମୁକ୍ତ ଓଡ଼ିଶା ଅଭିଯାନ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – କୁସୁମୀ ବ୍ଲକର ସାତପଉଟିଆ ଠାରେ ନିଶାମୁକ୍ତ ଓଡିଶା ଅଭିଯାନର ଶୁଭାରମ୍ଭ ସମାରୋହ ଉପଲକ୍ଷେ ବି କେ ରାଜୀବ (ନିଶାମୁକ୍ତି ବିଶେଷଜ୍ଞ) କହିଥିଲେ ନିଶା ରୂପୀ ଛଦ୍ମଭେଦି ରାକ୍ଷସ ଆମ ଯୁବ ସମାଜକୁ ମାନସିକ ଓ ଶାରୀରିକ ଉର୍ନ୍ନତିରେ ବାଧା ଦେଇ ଆନ୍ତରିକ ଶକ୍ତିକୁ ନଷ୍ଟ କରି ଦେଉଅଛି | ଏହି ଅବସରରେ ଓଡିଶା ରାଜ୍ୟର ବିଭିର୍ଣ୍ଣ ଜିଲ୍ଲାରୁ ଆସିଥିବା ୩୦୦ ଜଣ ବ୍ରହ୍ମାକୁମାର ଭାଇ ଭଉଣୀମାନେ ଓ ୩୦୦ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ଓ ବିଗତ ୫ ବର୍ଷରୁ ହୋଇଆସୁଥିବା ସମ୍ପୂର୍ଣ ଭାରତର ରାଜ୍ୟରେ ହୋଇଥିବା ସେବାର ରିପୋର୍ଟ ସ୍ପଷ୍ଟ କରି କହିଲେ ଯେ ପାଖାପାଖି ୨୦୦୦ ସ୍କୁଲ/ କଲେଜ, ଧାର୍ମିକ ସଂସ୍ଥାନ, ସେନାବଳ ଅଧିକାରୀ ତଥା ଅନ୍ୟ ସଂସ୍ଥାନରେ ସଫଳତାର ସହ ସମ୍ପର୍ଣ୍ଣ ହୋଇଛି, ଯାହାର ଲାଭ ସମସ୍ତ ଜନତା ଉଠାଇ ନିଶା ଦାନବକୁ ଛାଡ଼ିବାକୁ ପ୍ରତିଜ୍ଞା ନେଇଛନ୍ତି | ସେ ଆଗକୁ କହିଲେ ସମାଜର ଉତ୍ଥାନ ସମସ୍ତଙ୍କ ସହଯୋଗରେ ସମ୍ଭବ | ଆମର ଯୁବ ସମାଜ ଈଶ୍ବରଙ୍କ ସର୍ବ ଶ୍ରେଷ୍ଠ ରଚନା ହୀରାତୁଲ୍ୟ ଅଟେ ନିଜକୁ ଚିନ୍ହି ସମାଜର ଅନେକ ଭଲ କାର୍ଯ୍ୟରେ ଲଗେଇପାରିବ | ତମ୍ବାଖୁର ଆରମ୍ଭ ଯେବେ ଭାରତରେ ପ୍ରଥମ ଥର ହୋଇଥିଲା ଟେବେ ବିଦେଶୀ ଲୋକମାନେ ଏହାର ପ୍ରଚାର ପ୍ରସାର ଜୋର ସୋରରେ କରାଇଥିଲେ ଯେ ତମ୍ବାଖୁ ଖାଇଲେ ଅନେକ ଲାଭ ହୁଏ, ଯେମିତି ପ୍ରଥମ କାରଣ ତମ୍ବାଖୁ ଯିଏ ଖାଇବ ବୁଢା ହେବନି କାରଣ କାମ ବୟସରେ ମରିଯିବ,ଦ୍ୱିତୀୟ କେବେ ବି ତା ଘରେ ଚୋରି ହେବ ନାହିଁ କାରଣ ରାତି ସାରା ଖାସିବ, ତୃତୀୟ କୌଣସି ପଶୁ କେବେ କାମୁଡ଼ିବ ନାହିଁ କାରଣ ତମ୍ବାଖୁ ଦ୍ୱାରା ଶରୀରରେ ବିଷ ଏକତ୍ର ହୋଇ ଯାଇ ଥିବ, ଯେଉଁ ବି ପଶୁ କାମୁଡ଼ିବ ମରିଯିବ ଏଇ ଭଳି ମିଛ ଲାଭ କହି ବିଦେଶୀ ଲୋକମାନେ ଭୋଲା ଭାରତୀୟଙ୍କୁ ଧୋଖା ଦେଇ ତମ୍ବାଖୁ ଖୁଆଇ ଥିଲେ । ବ୍ରାହ୍ମକୁମାରୀ ଓଡିଶାକୁ ବିଗତ ୫୦ ବର୍ଷରୁ ଉର୍ଦ୍ଧ ପର୍ଯ୍ୟନ୍ତ ରୁଦ୍ଧିମନ୍ତ କରି ରଖିଥିବା କର୍ତ୍ତାବାହକ ରାଜଯୋଗିନୀ ବି କେ କମଲେଶ ଦିଦି ନିଜ ଆଶୀର୍ବଚନ ଦ୍ୱାରା ସମସ୍ତଙ୍କୁ ଲାଭାନ୍ୱିତ କଲେ ତଥା ମାଉଣ୍ଟ ଆବୁର ମେଡିକାଲ ବିଙ୍ଗର ସଚିବ ବି କେ ବନାରସୀ ଭାଇ ନିଶାମୁକ୍ତି ଲାଗି ସମ୍ପୂର୍ଣ ଭାରତ ବର୍ଷରେ ବ୍ରହ୍ମାକୁମାରୀଜର ଆଧ୍ୟାତ୍ମିକ ସଶକ୍ତିକରଣରେ ଯୋଗଦାନର ବିସ୍ତାରପୂର୍ବକ ବିବରଣୀ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲ ମହୋଦୟ କହିଲେ ଯଦି ଆମେ ନିଜକୁ ନିଶାରୁ ମୁକ୍ତି ହେବାକୁ ଚାହୁଁଛେ ତେବେ କରୁଣା ଏକ ମାତ୍ର ଅସ୍ତ୍ର ଯାହାଦ୍ୱାରା ସ୍ନେହପୂର୍ବକ ସାଧାରଣ ଲୋକଙ୍କୁ ଏହି ରାକ୍ଷସ କବଳରୁ ବଂଚେଇ ହେବ | ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସମସ୍ତ ବ୍ରାହ୍ମକୁମାର ଭାଇ ଭଉଣୀଙ୍କ ଠାରୁ ଏହି ଆଶା ରଖିଥିଲେ ଯଦି ସେମାନେ କିଛି ବି ନିଶାଦ୍ରବ୍ୟର ପ୍ରଭାବରୁ ମୁକ୍ତି ଅଛନ୍ତି ତେବେ ଆଲୁଅର ଦ୍ବିପଶିଖା ଧରି ଘର ଘର ଓ ସମସ୍ତ ଜନମାନସ ପାଖେ ପଂହଁଚି ତାଙ୍କୁ ଅନ୍ଧକାରରୁ ମୁକ୍ତ କରି ଆଲୋକର ମାର୍ଗ ପ୍ରଶସ୍ତ କରନ୍ତୁ, ଜୀବନରେ ସୁଖ ଶାନ୍ତି ମିଳୁଛି ତେବେ ତାହାକୁ ଖୋଲା ହୃଦୟରେ ଦାନ କରନ୍ତୁ | ସେ ସମସ୍ତଙ୍କୁ ପ୍ରେରିତ କରି ଏହି ଶ୍ରେଷ୍ଠ କାର୍ଯ୍ୟ ଦ୍ୱାରା ଭାରତକୁ ପୁନଃ ସ୍ୱର୍ଣ୍ଣିମ କରିବା ଲାଗି ଆଶା ପ୍ରକାଶ କଲେ | ଏହି କାର୍ଯ୍ୟକ୍ରମର କୁଶଳ ସଂଚାଳନ ବି କେ ଅରୁଣ ଭାଇ କଲେ |ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More