ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମହାମହିମ ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟୀ ନାଗରିକ ମଞ୍ଚ ସଙ୍ଘର ମୌନ ଗଣଧାରଣାରେ ବସିଥିଲେ |ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗ୍ରସ୍ତକାଳରେ ଦୁଇଟି ଅଘଟଣ ଘଟିଥିଲା ପ୍ରଥମତଃ ଜଣେ ଫାର୍ମାସିଷ୍ଚ ଯଶୋବନ୍ତ ବେହେରା ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିକୁ ନେଇ ଆସିଥିବା ହେଲିକେଫ୍ଟରରେ ସେଲ୍ଫି ନେବା ଓ ଦ୍ବିତୀୟଟି ମହାମହିମ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ,ବାରିପଦା ସମାବର୍ତ୍ତନ ଉତ୍ସବରେ ୯ ମିନିଟ୍ କାଳ ବିଦ୍ୟୁତ୍ କାଟ୍ ହେବା | ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଭଞ୍ଜସେନା ମଧ୍ୟ ଆଗାମୀ ଶୁକ୍ରବାର ପ୍ରତିବାଦ ସଭା ଆୟୋଜନ କରିବେ ଏବଂ ଆଗାମୀ ୧୫ ତାରିଖ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି | ରାଷ୍ଟ୍ରପତିଙ୍କ ଅପମାନର ପ୍ରତିବାଦରେ ଆଜି ରାଇରଙ୍ଗପୁର ବଜାର ପେଟ୍ରୋଲ ପମ୍ପ ସାମନା ଗାନ୍ଧି ପାର୍କ ଠାରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ମି ଏକ ଘଣ୍ଟା କାଳ ମୌନ ଗଣ ଧାରଣା ଦିଆଯାଇଥିଲା |ଉକ୍ତ ପ୍ରତିବାଦରେ ଅତିଥିଗଣ ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟ କୁଳପତି,ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ ପି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜୋର ଦେଇ କହିଥିଲେ |ଏପରି ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ | ଏଥିରେ ବାମନଘାଟୀ ନାଗରିକ ମଞ୍ଚ ପକ୍ଷରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ |ସେମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ବରିଷ୍ଟ ବିଜେପି ନେତା ନବୀନ ରାମ,ମନୋରଂଜନ ମହାନ୍ତି (ନନ୍ଦିଆ ଭାଇ),ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ବରିଷ୍ଟ ବିଜେପି ନେତା ଇଶାନ ମିଶ୍ର,ବାର ସଂଘ ସଭାପତି ଅକ୍ଷୟ ମହାନ୍ତି,ଶିବ କୁମାର ଅଗ୍ରୱାଲ,ମନୋଜ ଦାସ,ପୂର୍ବତନ ଜିଲ୍ଲା ପରିଷଦ ବିଜୁ ଗୋପାଳ ଗୋପ,ଫାଗୁ ମାର୍ଣ୍ଡି,ପୂର୍ବତନ ଜିଲ୍ଲା ପରିଷଦ କମଳାକାନ୍ତ ନାୟକ, ଏମ୍ ଡି ଅଜିଜ୍ ,ଏସ୍ କେ ଇସଲାମ,ମିଥିଲା ଟୁଡୁ,ପୂର୍ବତନ ଜିଲ୍ଲା ପରିଷଦ ପେଲାଙ୍ଗ ଚାଟାର ତଥା ବହୁ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ |ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।