ମହାମହିମ ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ସମ୍ବର୍ଦ୍ଧିତ

10

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅରୀଲୋ ପଂଚାୟତର ଭଗବାନ ସିଣ୍ଡଳ ଗ୍ରାମର ବରିଷ୍ଠ ଶତାୟୁ ଭୋଗକରିଥିବା ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ ଆଜି କ୍ରାନ୍ତି ଦିବସରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତରଫରୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ମହାମାରୀ କରୋନା ଯୋଗୁ ଦିଲୀ ଯିବା ସମ୍ଭବ ନହେବାରୁ ଜିଲାପ୍ରସାସନ ପକ୍ଷରୁ ମହାମହିମରାଷ୍ଟ୍ରପତି ଙ୍କ ଶୁଭେଚ୍ଛା ବାର୍ତା, ଅଙ୍ଗବସ୍ତ୍ରକୁ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରିଥିଲେ । ଜିଲାପ୍ରସାସନ ପକ୍ଷରୁ ମଧ୍ୟ ଏକ ଫଳକ ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କ ବାସଭବନକୁ ଯାଇ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ,ସମାଜସେବୀ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଥିଲେ।ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀ କୁହନ୍ତି ଆମ ଅଞ୍ଚଳ ଆଜି ଗର୍ବିତ ଅନୁଭବ କରୁଛୁ । କାରଣ ସ୍ୱାଧୀନତା ସଂଗ୍ରାମୀ ଙ୍କ ବାସଭବନ ମହାମହିମ ରାଷ୍ଟ୍ରପତିଙ୍କ ଭବନ ପାଲଟିଛି ଓ ଜିଲ୍ଲାପାଳ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ଯୋଗଦେଇ ସମ୍ବର୍ଧନା କରୁଛନ୍ତି ବୋଲି କହିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More