ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପୁଣି ଅପମାନ, ସଭା କାର୍ଯ୍ୟ ସରିବା ପରେ ଟେଣ୍ଟ ମାଲିକ ମହାପ୍ରଭୁଙ୍କ ମୂର୍ତିକୁ ପଡିଆ ମଝିରେ ଛାଡି ପଳାଇଲେ

30

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପୁଣି ଅପମାନ। ପୁରୀ କୃଷ୍ନପ୍ରସାଦ ବ୍ଳକ୍ ମାଲୁଦରେ ନଜରକୁ ଆସିଚି ଏହି ଅଭାବନୀୟ ଘଟଣା। ସଭା କାର୍ଯ୍ୟ ସରିବା ପରେ ଟେଣ୍ଟ ହାଉସ୍ ମାଲିକ ମହାପ୍ରଭୁଙ୍କ ମୂର୍ତିକୁ ପଡିଆ ମଝିରେ ଖୋଲା ମେଲାରେ ଛାଡି ପଳାଇଗଲେ। ଦିନେ କୀ ଦୁଇ ଦିନ ନୁହେଁ 2 ଦିନ ଧରି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମୂର୍ତିକୁ ଡହ ଡହ ଖରାରେ ଖୋଲା ମେଲାରେ ପଡିଆ ମଝିରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଗଲେ। ଏହି ଦୃଶ୍ୟ ନଜରକୁ ଆସିବା ପରେ ଜଗନ୍ନାଥପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୂଙ୍କ ପ୍ରତିମୂର୍ତ୍ତି କୁ ଅପମାନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପୁରୀ ଜିଲ୍ଲା ପ୍ରଶାସନ ନେବାକୁ ଜଗନ୍ନାଥ୍ ପ୍ରେମୀ ଦାବି କରିଛନ୍ତି। ତେବେ ସୁଚନା ଅନୁଯାୟୀ ଗତ 19 ତାରିଖ ରେ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁ ଦୋଳ ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନ ସଭା ଅନୁଷ୍ଠିତ ହେଇଥିଲା। କାର୍ଯକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ। ତେବେ ବହୁ ଆଡମ୍ବର ରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା। ହେଲେ ନିର୍ବାଚନ ସଭା ସରିବା ପରେ ଟେଣ୍ଟ ହାଉସ୍ ମାଲିକ ସବୁ ସାମଗ୍ରୀ ନେଇ ଥିବା ବେଳେ ମହାପ୍ରଭୂଙ୍କ ମୂର୍ତି ସହ କିଛି ସାମଗ୍ରୀ ପଡିଆରେ ଦୁଇ ଦିନ ହେବ ରଖିଥିଲେ। ପ୍ରଭୂ ଜଗନ୍ନାଥଙ୍କ ମୂର୍ତିକୁ ଏକ ଅଖାରେ ଗୁଡ଼ାଇ ରଖିଥିଲେ। ତେବେ ପବନ ଯୋଗୁ ଅଖା ବସ୍ତା ଟି ଚିରି ଯିବାରୁ ପ୍ରଭୂ ଜଗନ୍ନାଥଙ୍କ ମୂର୍ତି ଦେଖା ଯାଇଥିଲା। ଧୁ ଧୂ ଖରାରେ ପଡି ରହିଥିଲେ ପ୍ରଭୂ ଜଗନ୍ନାଥ। ସେହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଉ ସହିପାରିନଥିଲେ। ଏଭଳି ଅପମାନ କରିଥିବା ବ୍ୟକ୍ତି ବିଶେଷ କୁ କଡ଼ା ସମାଲୋଚନା ପରେ ମହାପ୍ରଭୂଙ୍କ ମୂର୍ତି କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।ତେବେ ସଭା କାର୍ଯ୍ୟ ଦୁଇ ଦିନ ହେବ ସରିଥିବା ବେଳେ କାହିଁକି ଟେଣ୍ଟ ହାଉସ୍ ମାଲିକ ଏଭଳି ଖାମ ଖିଆଲି ଢଙ୍ଗ ରେ ପଡିଆ ମଝିରେ ପରିତ୍ୟକ୍ତ ଭାବେ ମହାପ୍ରଭୂ ଙ୍କୁ ଛାଡି ପଳାଇଲେ ତାହା ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି। କୋଟି ଓଡିଆ ଙ୍କ ମଉଡ ମଣି, କୋଟି କୋଟି ଭକ୍ତ ଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ଏଭଳି ଅପମାନକୁ ଜଗନ୍ନାଥ ପ୍ରେମୀ ଗ୍ରହଣ କରିପାରିନାହାନ୍ତି। ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ଦାବୀ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More