ମହାପ୍ରଭୂଙ୍କ ରଥ ନିର୍ମାଣ ନେଇ ଚଳଚଞ୍ଚଳ ରଥ ଖଳା

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୂଙ୍କ ରଥ ନିର୍ମାଣ ନେଇ ଚଳଚଞ୍ଚଳ ରଥ ଖଳା।ଆଜି ତିନି ରଥର ୪୨ଟି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟ ମହାରଣା ସେବକମାନେ ଜାରି ରଖିଛନ୍ତି। କରତୀ ସେବକମାନେମଧ୍ୟ ତୁମ୍ବଗୁଡ଼ିକର ବଳକା ଅଂଶର ଘେର କଟା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ତିନି ରଥର ୪୨ଟି ତୁମ୍ବରେସୂତା ବାଡ଼ିଆ, ତୁମ୍ବ ବିନ୍ଧ ଅନୁକୂଳ ପୂଜା ହୋଇଥିଲା। ପ୍ରତି ତୁମ୍ବରେ ୧୬ ଯୋଡା ଲେଖାଏଁ ବିନ୍ଧ କାର୍ଯ୍ୟମହାରଣା ସେବକ ଦ୍ଵାରା ଆରମ୍ଭ ହୋଇଯାଇଥିଲା ।ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ଓଝାସେବକମାନେ ତିନି ରଥର ମୋଟ ୪୨ଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣଜାରି ରଖିଛନ୍ତି। ଏଥି ସହ ୪୨ଟି ତୁମ୍ବ ପାଇଁ ଆବଶ୍ୟକ ୪୨ ଯୋଡ଼ା ପନ୍ଦାରିବଳା ନିର୍ମାଣ ଜାରି ରଖିଛନ୍ତି।ରଥଖଳାରେମହାରଣା ସେବକ,ଭୋଇ ସେବକ,କରତି ସେବକ,କମାର ସେବକ, ବିନ୍ଧ କାରିଗରଓ ଜଣେ ରଥଖଳାସହାୟକଙ୍କୁ ମିଶାଇଏହିପରି ମୋଟ 122 ଜଣସେବକ ରଥ ନିର୍ମାଣରେ ସାମିଲ ହୋଇଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More