ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ। ତିନିରଥର ମୋଟ ୪୨ ଗୋଟି ଚକରୁ ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର ମୋଟ ୧୪ ଗୋଟି ଚକରୁ ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୨ ତମ ଚକର ତୁମ୍ବ ଅରରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି ।୧୩ ତମ ଚକର ତୂମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି । ୧୪ ତମ ତଥା ଶେଷ ଚକ ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ ଠାରେ ତୁମ୍ବ ରେ ସଂଯୋଗ ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ ବାକି ରହିଛି। ତାଳଧ୍ଵଜ ରଥର ବାକି ୬ ଗୋଟି ଅଖର ଦୁଇ ପାର୍ଶ୍ୱ ମୁହଁର ଗୋଳେଇ କାର୍ଯ୍ୟ ଆରମ୍ଭ ହୋଇଛି। ଦର୍ପଦଳନ ରଥର ୧୦ ମ ଚକର ତୂମ୍ବରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ପଇ କଳଶା ପରେ ଅରରେ ପଇ ମଜବୁତ ହୋଇ ରହିବା ପାଇଁ ପଇ ବିନ୍ଧରେ କିଳା ବାଡ଼ିଆ ବା ବିଲେଇ ବାଡ଼ିଆ କାର୍ଯ୍ୟ ବାକି ରହିଛି । ୧୧ ତମ ଚକର ପଇ ପିନ୍ଧା ସରି ଠେକ ତୁଲୁଆ ଏବଂ ପଇ କଳଶା ବାକି ରହିଛି। ଦେବୀ ରଥର ଶେଷ ଚକ ବା ୧୨ ତମ ଚକର ତୂମ୍ବରେ ଅର ସଂଯୋଗ ବାକି ଅଛି ଏଥିସହ ଆଜି ଦର୍ପଦଳନ ବା ଦେବୀ ରଥର ବାକି ୫ ଗୋଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନନ୍ଦିଘୋଷ ରଥର ଆଜି ସୁଦ୍ଧା ମୋଟ ୧୬ ଗୋଟି ଚକରୁ ୧୩ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୪ତମ ଚକ ପାଇଁ ପଇ ବିନ୍ଧ ଜାରୀ ରହିଛି। ପଇ ବିନ୍ଧ ପରେ ଅରରେ ପଇ ସଂଯୋଗ ହୋଇ କଳଶା କାଯ୍ୟ ହେବ।୧୫ ତମ ଚକର ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହାଇଛି ।ଶେଷ ୧୬ତମ ଚକ ପାଇଁ ଅର ଶାଲ ଶେଷ ହୋଇଛି, ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ବାକି ଅଛି । ନନ୍ଦିଘୋଷ ରଥର ବାକି ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କରତି ସେବକ ମାନେ ତାଳଧ୍ୱଜ ରଥର ୪୦ଫୁଟିଆ ପୋଲ ଗୟଳ କାଠର ଦୁଇ ପାର୍ଶ୍ୱ ଚିତା କାର୍ଯ୍ୟ ଶେଷ କରି ଆଜି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନିରଥର ରୂପକାର ସେବକ ମାନେ ତିନିରଥ ପାଇଁ ଉଦିଷ୍ଠ କୋଣ ଗୁଜ ଗୁଡିକରେ ନୃସିଂହ ରୂପ ଖୋଦେଇ ଜାରୀ ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି। ତିନିରଥର ଓଝା ସେବକ ମାନେ ତିନିରଥର ପନ୍ଦାରି ,ବଳା, ପନ୍ଦାରି ଚାବି ଶେଷ ପରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଆଦି ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More