ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଶୃଙ୍ଖଳାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ

18

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନିଳାଦ୍ରୀ ବିଜେ ସରିବାର ୨୫ ଦିନ ବିତିଯାଇଥିଲେ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ହୋଇପାରିଲା ନାହିଁ। ଦିନକୁ ଦିନ ନିଷ୍ପ୍ରଭ ହେବାରେ ଲାଗିଛି ମହାପ୍ରଭୁଙ୍କ ଶ୍ରୀମୁଖ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ସ୍ଵତ୍ଵଲିପିକୁ ନେଇ ବିବାଦ ଲାଗି ରହିଛି। ତେବେ ଏହାର ସମାଧାନ ହୋଇପାରୁନଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରୁନାହିଁ। ମହାପ୍ରଭୁଙ୍କ ନୀତିରେ ଏଭଳି ବିଶୃଙ୍ଖଳାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଆସନ୍ତାକାଲି ବୁଧବାରରେ ମହାପ୍ରଭୁଙ୍କ ବନକଲାଗି ନୀତି କିଭଳି କରାଯିବ ସେନେଇ ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି ଆସନ୍ତାକାଲି ବୁଧବାରରେ ବନକଲାଗି ନୀତି ହେବ। ଦତ୍ତମହାପାତ୍ର ସେବାୟତ ମାନେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ମାନିବେ ବୋଲି ଆଶା ରଖିଛନ୍ତି ଦଇତାପତି ନିଯୋଗ ସମ୍ପାଦକ। ଯଦି ଦତ୍ତମହାପାତ୍ର ସେବାୟତ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ନକରନ୍ତି ତେବେ ତାହାର ବିକଳ୍ପ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More