ମହାପ୍ରଭୁଙ୍କ ପାଇଁ ଫୁଲର ଅଭାବ ରହିବ ନାହିଁ

63

Get real time updates directly on you device, subscribe now.

ପୁରୀର ଗୁଣ୍ଡିଚା ଭକ୍ତ ନିବାସ ସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଅଭିନବ ଉପବନକୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଓ କେନ୍ଦ୍ର ସରକାରଙ୍କ ସିଏସଆଇର ଡି.ଜି ଙ୍କ ଦ୍ବାରା ଲୋକାର୍ପିତ କରିଛନ୍ତି । ଏହି ଉପବନ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେଉଥିବା ବିଭିନ୍ନ ତୁଳସୀ, ପୁଷ୍ପ ଏବଂ ଦୟଣା ଆଦି ଗଛ ଲଗାଇଯାଇଛି l ଏହି ଉପବନରେ ନୀଳଚକ୍ର ଏବଂ ସୂର୍ଯ୍ୟଚକ୍ର ଆକୃତିର ଗଛ ଗୁଡିକୁ ଲଗାଯାଇଛି ଏହା ସହ ବିଭିନ୍ନ ଗ୍ରହକୁ ନେଇ ମଧ୍ୟ ଅନେକ ବୃକ୍ଷ ଏହି ଉପବନରେ ସ୍ଥାନ ପାଇଛନ୍ତି l ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଭକ୍ତ ନିବାସରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରେ ଲାଗି ହେଉଥିବା ବିଭିନ୍ନ ପୁଷ୍ପ ଏବଂ ତୁଳସୀ ଲଗାଯାଇଛି l ତେବେ ଏହା ଭକ୍ତ ମାନଂକଙ୍କ ଉଦ୍ଦେଶ୍ୟରେ ଏକ ପ୍ରଦର୍ଶନ ସ୍ୱରୂପ କରଯାଇଛି। ଭକ୍ତ ମାନେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରେ କେଉଁ ଫୁଲ ଲାଗି ହେଉଚି ତାହା ଜାଣି ପାରିବେ। ତେବେ ଆଗାମୀ ଦିନରେ ପୁରୀରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଖାଲି ପଡ଼ିଥିବା ଜମି ଗୁଡିକରେ ବିଭିନ୍ନ ଉପବନ ସୃଷ୍ଟି କରାଯିଵା ସହ ମହାପ୍ରଭୁଙ୍କ ସେବାରେ ପ୍ରତେକ ଲାଗୁଥିବା ତୁଳସୀ ଓ ପୁଷ୍ପ ଗଛ ଲଗା ଯାଇ ମହାପ୍ରଭୁଙ୍କ ସେବା ପୂଜା ଲାଗି ପଠାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ l

ଏ ନେଇ csir ସହିତ ଏଲ ଏମଓୟୁ ହେବ। ତାଙ୍କ ଜ୍ଞାନ କୌଶଳରେ ଏହି ବଗିଚା ସୃଷ୍ଟି କରାଯିବ। ଫଳରେ ଆଗାମୀ ଦିନରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଫୁଲ ର ଆଉ ଅଭାବ ରହିବ ନାହିଁ। ବାହାରୁ ଆଉ ଫୁଲ କିଣାଯିବ ନାହିଁ।ମହାପ୍ରଭୁଙ୍କ ନିଜସ୍ଵ ଫୁଲ ଉଦ୍ୟାନ ରହିବ। ସେହି ଉଦ୍ୟାନରୁ ଫୁଲ ସଂଗ୍ରହ କରାଯାଇ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଶ୍ରୀ ମନ୍ଦିରକୁ ପଠାଯିବ। ସେପଟେ csir ଡିଜି କହିଛନ୍ତି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପାଇଁ ଫୁଲ ଉଦ୍ୟାନ ନିମନ୍ତେ ଶ୍ରୀ ମନ୍ଦିର ପ୍ରଶାସନ csir ର ସହଯୋଗ ନେବା ଏକ ବଡ଼ କଥା। ଏହା ଆମକୁ ବେଶ୍ ଉତ୍ସାହିତ କରିବ। ଆଗାମୀ ଦିନ ରେ କିଭଳି ମହାପ୍ରଭୁଙ୍କ ପାଇଁ ଫୁଲ ଉଦ୍ୟାନ ହୋଇ ପାରିବ ସେ ନେଇ csir ସବୁବେଳେ ସହଯୋଗ ଯୋଗାଇବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More