ମହାପ୍ରଭୁଙ୍କ ନାଁରେ ଅନଲାଇନରେ ଠକେଇ

43

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କ ନାଁରେ ଅନଲାଇନରେ ଠକେଇ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା ଓ ଭୋଗ କରାଇବା ନାଁରେ ଅନଲାଇନ ମାଧ୍ୟମରେ ଚାଲିଛି ଠକେଇ। ଉତ୍ସବ ଆପ୍ ନାମକ ଏକ ସଂସ୍ଥା ଏଭଳି ଠକେଇ କରୁଥିବା ନଜରକୁ ଆସିଛି। ଶ୍ରୀ ମନ୍ଦିର ର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏହି ଅଭିଯୋଗ କରିଛନ୍ତି। ଅନଲାଇନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଯଦି କୌଣସି ଭକ୍ତ ସ୍ବତନ୍ତ୍ର ଚତୁର୍ଦ୍ଧ ପୂଜା କରିବାକୁ ଚାହୁଁଛି ତେବେ ଏଥିପାଇଁ ତାଙ୍କୁ ୧୧୫୧ଟଙ୍କା, ନାମ, ଗୋତ୍ର, ସଂକଳ୍ପ ପୂଜା ପାଇଁ ୮୦୧ଟଙ୍କା, ଧ୍ବଜା ବନ୍ଧନ ପାଇଁ ୨୧୫୧ଟଙ୍କା, ପରିବାର ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବାକୁ ଚାହୁଁଥିଲେ ୨୪୦୧ଟଙ୍କା, ମାସିକ ପୂଜା କରିବାକୁ ଚାହୁଁଥିଲେ ୮୧୦୧ ଟଙ୍କା ଭଳି ବିଭିନ୍ନ ପ୍ରକାରର ପୂଜା ନାଁ ରେ ଆଖିରେ ଆଙ୍ଗୁଠି ଗେଞ୍ଜି ଭକ୍ତଙ୍କ ଭାବନା ସହ ଖେଳ ଖେଳାଯାଉଛି। ଉତ୍ସବ ଆପ୍ ନାମକ ଏକ ୱେବସାଇଟରେ ମହାପ୍ରଭୁଙ୍କ ନାଁରେ ଚାଲିଛି ଏଭଳି ଅନଲାଇନ ଠକେଇ। ମହାପ୍ରଭୁଙ୍କ ନାଁରେ ଉତ୍ସବ ଆପ୍ ଅନଲାଇନ ମାଧ୍ୟମରେ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେବାୟତ ଦାବି କରିଛନ୍ତି। ପୁର୍ବରୁ କିଛି ମାସ ତଳେ ଉତ୍ସବ ଆପ ର ଏହି ଠକେଇ କୁ ନେଇ ସିଂହ ଦ୍ଵାର ଥାନାରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି। ତେବେ ଏହି ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ସବୁ ଆଇନ କାନୁନକୁ ବେଖାତିର କରି ଉତ୍ସବ ଆପ କିଭଳି ମହାପ୍ରଭୁଙ୍କ ପୁଜା ନା ରେ ଅନଲାଇନରେ ଠକେଇ କରୁଚି ମହାପ୍ରଭୁ ଙ୍କ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ସରକାର ଏହା ବିରୋଧ ରେ କଡ଼ା ପଦକ୍ଷେପ ନେବା ସହ ଭକ୍ତଙ୍କୁ ସଚେତନ କରାଇବା ପାଇଁ ସେବାୟତ ଦାବୀ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More