ମହାପ୍ରଭୁଙ୍କ ଦର୍ଶନ ବଦଳରେ ବ୍ରହ୍ମଗୀରିରେ ଚାଲିଛି ପ୍ରଭୂ ଅଲାରନାଥଙ୍କ ଅଣସର ଦର୍ଶନ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ବେଳେ ଦଇତା ପତି ସେବକ ମାନେ ପାରମ୍ପରିକ ପଦ୍ଧତିରେ ଉପଚାର ଓ ସେବା ପୁଜା କରୁଛନ୍ତି। ପରମ୍ପରା ଅନୁଯାୟୀ ଅଣସରରେ ମହାପ୍ରଭୁଙ୍କ ଦର୍ଶନ ବଦଳରେ ବ୍ରହ୍ମଗୀରିର ପ୍ରଭୂ ଅଲାରନାଥଙ୍କ ଅଣସର ଦର୍ଶନ ଚାଲିଚି। ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ସକାଳୁ ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ଅଲାରନାଥଙ୍କୁ ଅର୍ଗଳୀ ନିକଟରୁ ଦର୍ଶନ କରି ଫେରୁଥିବା ଦେଖିବାକୁ ମିଳିଚି। ପ୍ରତିଦିନ ଭଳି ଆଜି ଭୋର୍ ସାଢେ ୪ଟାରୁ ମନ୍ଦିର ଦ୍ବାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀଲାଗି, ବଲ୍ଲ ଭ ନୀତିକାନ୍ତି ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ଧୂପ ପରେ ଦ୍ବିପ୍ରହର ଧୂପରେ ପ୍ରତିଦିନ ଭଳି ଅନ୍ନ, କାନିକା, ଖେଚୁଡି, ଡାଲମା, ଶାଗ, ବେସର, ମହୁର ଇତ୍ୟାଦି ଭୋଗ ହୋଇ ସ୍ଵତନ୍ତ୍ର ଖିରି ପ୍ରସାଦ ଭୋଗ ହୋଇ ଦିନ ସାଢ଼େ ୧୨ଟାରେ ପହୁଡ ହୋଇଥିଲା। ପୁନର୍ବାର ଦିନ ୨ଟାରେ ଚିଆଁ ପହୁଡ ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ତେବେ ଅନ୍ୟାନ୍ୟ ନୀତି ବିଳମ୍ବିତ ରାତିରେ ପ୍ରଭୂଙ୍କ ବଡ଼ସିଂହାର ବେଶ ଓ ପରେ ପହୁଡ଼ ନୀତି ସଂପନ୍ନ ଅନୁଷ୍ଠିତ ହେଉଚି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ରହ୍ମଗୀରି ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଚି। ପ୍ରବଳ ଗୁଳୁଗୁଳି, ଗରମ କୁ ଦୃଷ୍ଟି ରେ ରଖାଯାଇ ଭକ୍ତଙ୍କ ପାଇଁ ପାନିୟ ଜଳ ବ୍ୟବସ୍ଥା ସହିତ ଅସ୍ଥାୟୀ ଆସୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି। କୌଣସି ଅଘଟଣ କୁ ରୋକିବା ପାଇଁ ଅଗ୍ନିସମ ବାହିନୀ କୁ 24 ଘଂଟା ମୁତୟନ କରାଯାଇଛି। ନୀରବଛିନ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଟାଟା ପାୱାର କର୍ତୁପକ୍ଷଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More