ମହାପ୍ରଭୁଙ୍କ ଘୋଷ ଯାତ୍ରା : ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷ ଯାତ୍ରା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ରଥ ଯାତ୍ରାରେ । ଏଣୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ନିଜେ ପୁରୀ ଜିଲାପାଳ ସମର୍ଥ ବର୍ମା ଓ ଏସପି କେ ବିଶାଲ ସିଂ ଶ୍ରୀ ମନ୍ଦିର ଚାରି ପାଖରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରତିଦିନ। ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖ ଏବଂ ନିକଟରେ ରଥ ରହିବା ସ୍ଥାନକୁ ଅତି ସୁନ୍ଦର ଭାବେ ସଜାଯାଇଛି। ରାସ୍ତା ଉପରେ ପାରମ୍ପାରିକ ଝୋଟି ଚିତା ରଙ୍ଗ ରେ ଅଙ୍କା ଯାଇଚି। ଯାହାକି ବେଶ୍ ଆକର୍ଷଣୀୟ ହୋଇ ଥିବା ବେଳେ ଶ୍ରୀ ମନ୍ଦିରର ସିଂହ ଦ୍ଵାର ସମ୍ମୁଖର ସୋନ୍ଦର୍ଯ୍ୟ ଦ୍ଵି ଗୁଣିତ କରିଚି ଏହି ଝୋଟି ଚିତା ର ଝଲକ। ସେହିପରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରିଡ ତଥା ବାହ୍ୟ ରାସ୍ତା କାମ ଶେଷ ହୋଇଛି। ତାହା ଭକ୍ତଙ୍କ ଯାତାୟତ ପାଇଁ ଖୋଲା ଯାଇଛି। ଭକ୍ତ ମାନେ ପୁରା ଶ୍ରୀ ମନ୍ଦିର ଚାରି ପାଖ ରେ ବୁଲି ପାରିବେ ଏହି ରାସ୍ତାକୁ ବ୍ୟବହାର କରିକୀ। ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଆଭ୍ୟନ୍ତରୀଣ ସ୍ଥାନ ରେ କାର୍ଯ୍ୟ ଚାଲୁ ରହିଚି। ଆସନ୍ତା ଡ଼ିସେମ୍ବର ସୁଦ୍ଧା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଆସନ୍ତା 19 ତାରିଖରେ ମହାପ୍ରଭୁ ଙ୍କ ନବ ଯୌବନ ଦର୍ଶନ ରହିଚି। ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। 25 ପ୍ଲାଟୁନ ପୋଲିସ ଫୋର୍ସ ଟ୍ରାଫିକ ପାଇଁ ମୂତୟନ ରହିବେ। ଶୃଙ୍ଖଳିତ ଦର୍ଶନ ନେଇ ବାରିକେଡ ବ୍ୟବସ୍ଥା ହୋଇଚି। ଅଧିକ ଭକ୍ତ ଭିଡ ହେଲେ ସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି। ନବ ଯୌବନ ଦର୍ଶନ ପରଦିନ ଅର୍ଥାତ୍ ଆସନ୍ତା 20 ତାରିଖ ରେ ରଥ ଯାତ୍ରା। ଏଣୁ ହାତ ରେ ଖୁବ କମ୍ ସମୟ ଥିବାରୁ ରଥଯାତ୍ରା ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟ ରେ । ରଥ ଯାତ୍ରା ରେ 160 ପ୍ଲାଟୁନ ପୋଲିସ ଫୋର୍ସ, ଅଭିଜ୍ଞ ବରିଷ୍ଠ ପୋଲିସ୍ ଅଧିକାରୀ ମୁତୟନ ରହିବେ। ଖୁବ ଶିଘ୍ର ଟ୍ରାଫିକ ଆଡଭାଈଜରି ପୁରି ପୋଲିସ୍ ଜାରି କରିବ। ବିଭିନ୍ନ ସ୍ଥାନ ରେ ଏ ନେଇ ଫ୍ଲେକ୍ସ ମଧ୍ୟମ ରେ ସୁଚନା ଦିଆଯିବ। ସୋସିଆଲ ମିଡ଼ିଆ ରେ ଆନିମେଟେଡ ଭିଡ଼ିଓ ଜାରି କରାଯିବ। ବିଶେଷ କରି ରଥ ଯାତ୍ରାରେ ପୁରୀ ବାସିନ୍ଦା କିଭଳି ଯାତାୟତ ରେ ଅସୁବିଧା ଭୋଗିବେ ନାହିଁ, ଆମ୍ବୁଲାନ୍ସ ଯାତାୟତ ରେ ଅସୁବିଧା ହେବ ନାହିଁ ସେ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ପୁରୀ ଏସପି ସୁଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More