ପୁରୀ ( ସଂଘର୍ଷ ମିଡିଆ ) : ମହାମାରୀ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ସମ୍ଭାବନା ବଢିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ମିଳିଛି । ଆଜି ଶ୍ରୀମନ୍ଦିର ପୁରୋହିତଙ୍କୁ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ପ୍ରଦାନ କରିଛି ଶ୍ରୀ ମନ୍ଦିର ପ୍ରଶସାନ । ତେବେ ଅନୁମତି ପତ୍ର ମିଳିବା ନେଇ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ମହାପ୍ରଭୁଙ୍କ କୃପାରୁ ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ଆଶା କରିବା ମହାପ୍ରଭୁଙ୍କ ରଥଯାତ୍ରା ହେଉ ।