ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗଦେଲେ କୁନି ଦଇତାପତି

23

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ବୟସ ହେଉଛି ମାତ୍ର ଏକ ବର୍ଷ। ଦଇତାକୂଳରେ ହୋଇଛି ତାଙ୍କର ଜନ୍ମ। ଶ୍ରୀମନ୍ଦିର ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବା ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଆସିଛନ୍ତି ଶ୍ରୀମନ୍ଦିର। ଏହି କୁନି ଦଇତାପତି ହେଉଛନ୍ତି ଯୁବ ଦଇତାପତି କୃପାସିନ୍ଧୁ ଦାସ ମହାପାତ୍ରଙ୍କ ପୁଅ ଏକଂଶୁ ଦାସ ମହାପାତ୍ର। ଦଇତାକୂଳର ପରମ୍ପରା ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତାପତି ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଅଣସରର ପଞ୍ଚମୀ ତିଥି ଅର୍ଥାତ୍ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନିତୀକାନ୍ତି ବିଷୟରେ ଏକଂଶୁ ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ବାପା କହିଛନ୍ତି। ପ୍ରଥମ ଥର ବାପାଙ୍କ ସହ ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଓଷ ଲାଗି କରିଛନ୍ତି। ତେବେ ଦଇତାକୂଳରେ ମହାପ୍ରଭୁ ପୁଅ ଜନ୍ମ ଦେଉଥିବାରୁ ଏହାକୁ ନେଇ ଦଇତାପତି ସେବାୟତ ମାନେ ବେଶ୍ ଭାବ ବିହ୍ୱଳ ହୋଇ ପଡିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More