ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଲେ ଭକ୍ତ

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ । ସଠିକ୍ ସମୟରେ ମହାପ୍ରଭୁଙ୍କ ନିତି କାନ୍ତି ଚାଲି ଥିବାରୁ ଆଡ଼ପ ଅବଢ଼ା ମଧ୍ୟ ସଠିକ୍ ସମୟରେ ବାହାରିଥିଲା। ଏହାକୁ ସେବନ କରି ଭକ୍ତ ହେଇଛନ୍ତି ଭାବ ବିହ୍ୱଳ। ବହୁ ଦୂରରୁ ଭକ୍ତ ମାନେ ଆଜି ଆଡ଼ପ ମଣ୍ଡପ ରେ ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଆଡ଼ପ ଅବଢ଼ାକୁ ପାଇବା ପାଈଂ ବେଶ୍ ଉତ୍କଣ୍ଠାରେ ଥିଲେ। ଆଡ଼ପ ଅବଢ଼ା ଭକ୍ତ ପାଈଥିବା ବେଳେ ଅନେକ ଭକ୍ତ ଏହି ଆଡ଼ପ ଅବଢ଼ାକୁ ବ୍ରାହ୍ମଣକୁ ଭୋଜନ ରୂପେ ଦେଇଛନ୍ତି। ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏହି ଆଡ଼ପ ଅବଢ଼ାକୁ ବ୍ରାହ୍ମଣ ଭୋଜନ କରାଇଲେ ନିଜର ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି। ଏଣୁ ଏହି ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତଙ୍କ ଭିତରେ ଥିଲା ଉତ୍କଣ୍ଠା । ସେପଟେ ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହେଇଛି। ଆଡ଼ପ ଅବଢ଼ା ଯେଭଳି ଭକ୍ତ ମାନେ ଭଲ ଭାବରେ ପାଇବେ ସେ ନେଇ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ଅବଢ଼ା ଦର ଯେଭଳି ଭକ୍ତଙ୍କୁ ନ ବାଧିବ ସେ ଦିଗ ରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More