ମହାପ୍ରଭୁଙ୍କୁ ନେଇ ଚାଲିଛି ଭକ୍ତ ମାନଙ୍କୁ ଠକେଇ

9

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କୁ ନେଇ ଚାଲିଛି ଭକ୍ତ ମାନଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗେଇବାକୁ କହି ଭକ୍ତଙ୍କ ସହ ଚାଲିଚି ଠକେଇ । ଅନ୍‌ଲାଇନ ବିଜ୍ଞାପନ ରେ ଏହି କାରବାର ଚାଲିଚି। ଭକ୍ତ ମାନେ ଶ୍ରୀ ମନ୍ଦିର ନ ଆସି ଯେକୌଣସି ସ୍ଥାନରୁ ଥାଇ ମହାପ୍ରଭୁଙ୍କୁ ନିଜ ନାଁରେ ଭୋଗ ଚଢ଼େଇ ପାରିବେ ବୋଲି ଅନଲାଇନ ଆପରେ ପ୍ରଚାର କରାଯାଉଛି।ଏଭଳି ସୁବିଧା କଥା ଲକ୍ଷଲକ୍ଷ ଟଙ୍କା ଆଦାୟ କରାଯାଉଛି । ‘ଉତ୍ସବ’ ନାମକ ଏକ ଆପ୍‌ରେ ଚାଲିଛି ଏହି ଠକେଇ। ହଜାର ହଜାର ଭକ୍ତ ଏହି ଠକେଇର ଶିକାର ହେଉଛନ୍ତି । ପଶ୍ଚିମବଙ୍ଗର ର ଜଣେ ବ୍ୟକ୍ତି ଏହି ଅନ୍‌ଲାଇନ ଆପ୍ ପ୍ରସ୍ତୁତ କରି ଏହି ଠକେଇ ଚଲେଇଚନ୍ତି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା କରିବା ଓ ଭୋଗ ଲଗେଇବା ପାଇଁ ପୃଥକପୃଥକ ରେଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି । ଆପ୍‌ରେ ଦିଆଯାଇଥିବା ବିଜ୍ଞାପନରେ ଉଲ୍ଲେଖ କରାଯାଇଛି, ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ ହେବ । ଧାର୍ଯ୍ୟ ଟଙ୍କା ଦେଇ ଥରେ ବୁକ୍ କଲେ ପ୍ରତ୍ୟେକ ମାସର ଏକ ସ୍ଵତନ୍ତ୍ର ତିଥିରେ ନାଁ ଏବଂ ଗୋତ୍ର ସହ ମହାପ୍ରଭୁଙ୍କୁ ଭୋଗ ଲଗାଯିବ ବୋଲି ଉଲ୍ଲେଖ କରାଯାଇଛି । ରଥଯାତ୍ରାରେ ସ୍ବତନ୍ତ୍ର ଭୋଗ ପାଇଁ ୪, ୫୦୧ ଟଙ୍କା ପୈଠ କରିବାକୁ ଉଲ୍ଲେଖ କରାଯାଇଛି । ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜା କରିବାକୁ ହେଲେ ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ । ମନ୍ଦିରରେ ନାମ ଓ ଗୋତ୍ର ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଦେବାକୁ ଆପ୍‌ରେ ଉଲ୍ଲେଖ ଅଛି । ଏହାଛଡ଼ା ମଣ୍ଡପ ଭୋଗ ଦାନ ପାଇଁ ୬୯୦୧ ଟଙ୍କା ଦେବାକୁ ବିଜ୍ଞାପନ କରାଯାଇଛି । ପ୍ରତ୍ୟେକ ବୁକିଂରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖୁଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ଯ ସୁଚନା ଦିଆଯାଇଛି । ମହାପ୍ରଭୁଙ୍କ ପାଇଁ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି । ହେଲେ ଶ୍ରୀମନ୍ଦିରରେ ଏଭଳି କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନସୁଦ୍ଧା ଏହି ଆପ୍ ମାଧ୍ୟମରେ ଅନ୍‌ଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧ‌ିକ ଲୋକ ବୁକ୍ କରିସାରିଥିବା ଆପ୍‌ରେ ସୁଚନା ରହିଚି । ଆପ୍‌ରେ ଦିଆଯାଇଥିବା । ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଆପ ମୁଖ୍ୟ ସୌରଜିତ ବାସୁ, ପ୍ରଜତ ସାମନ୍ତ ଏବଂ ଅଙ୍କିତା ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଏତଲା କରିଛନ୍ତି କରିଛନ୍ତି । ବର୍ତ୍ତମାନସୁଦ୍ଧା ଏହି ଆପ୍ ମାଧ୍ୟମରେ ଅନ୍‌ଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧିକ ଲୋକ ବୁକ୍ କରିସାରିଥିବା ଆପ୍‌ରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More