ମହାନ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଏକାଦଶାହରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ମହାନ ଜନନାୟକ ରାଜନେତା ଶ୍ରୀଯୁକ୍ତ ତ୍ରିଲୋଚନ କାନୁନଗୋଙ୍କ 83 ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ବଡ଼ମୂଳାଇ ଅନ୍ତର୍ଗତ ନିଜ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ଥିବ ଶରୀରକୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତାଙ୍କ ରାଜନୀତି କ୍ୟାରିଅରରେ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧ୍ୟାୟକ, କଟକ ସଦର ନିର୍ବାଚନ ମଣ୍ଡଳୀରୁ ଥରଟିଏ ବିଧାୟକ ହୋଇଥିଲେ। ଜଗତସିଂହପୁର ଲୋକସଭା ଆସନରୁ ସାଂସଦ ରୂପେ ଥରଟିଏ ନିର୍ବାଚିତ ହୋଇଥିଲେ। କଟକ ପୌରପାଳିକା ଅଧ୍ୟକ୍ଷ ରୂପେ କଟକର ବହୁତ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି। ଏକାଦଶାହ ରେ ବିଜେଡି,ବିଜେପି ,କଂଗ୍ରେସ ପ୍ରମୁଖ ଦଳର ରାଜନେତାମାନେ ଉପସ୍ଥିତ ହୋଇ ତ୍ରିଲୋଚନ କାନୁନଗୋଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି,ରାଜ୍ୟ ଚିଫ ସେକ୍ରେଟାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା,ଶ୍ରୀଯୁକ୍ତ ଦାମୋଦର ରାଉତ, ଶ୍ରୀଯୁକ୍ତ ବିଜୟ ମହାପାତ୍ର,ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଶ୍ରୀଯୁକ୍ତ ବିଭୁପ୍ରସାଦ ତରାଇ ,x-mlaଶ୍ରୀଯୁକ୍ତ ରଥ ଦାସ,x-mlaରାଧାକାନ୍ତ ସେଠୀ, x-mlaପ୍ରିୟଦର୍ଶୀ ମିଶ୍ର,ପୂର୍ବତନ ବିଧାୟକ ଦେବାଶିଷ ନାୟକ,ପୂର୍ବତନ ବିଧାୟିକା ବିଜୟଲଷ୍ମୀ ସାହୁ,ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ,x-mla ଉମା ବଲ୍ଲଭ ରଥ,ଲଲାଟେନ୍ଦୁ ବଡୁ,ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକ,ଛବି ମଲ୍ଲିକ, କଣ୍ଟାପଡା ସମିତି ଅଧ୍ୟକ୍ଷା ସୁଶ୍ରୀଜିନା ଭୋଇ,ନିଆଳି ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ବିଶିଷ୍ଟ ସମାଜସେବୀ ପଦ୍ମ ଚରଣ ନାୟକ,ବିଶିଷ୍ଟ ସାମ୍ବାଦିକ ରବି ଦାସ,ପ୍ରସନ୍ନ ମହାନ୍ତି ଓ ରାଜ୍ୟର ଓ ନିଆଳି ନିର୍ବାଚନ ମଣ୍ଡଳୀର ପ୍ରମୁଖ ରାଜନେତା ଓ କର୍ମୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More