ମହାନ୍ ବୀର ଜବାନ ବାସୁ ବିସୁନିଙ୍କୁ କ୍ରାନ୍ତି ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ପ୍ରଦାନ

22

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଅନ୍ତର୍ଗତ ମେଘପୁର ଅଞ୍ଚଳରେ କ୍ରାନ୍ତି ଦିବସ ଅବସରରେ ସହୀଦ ବୀର ବାସୁ ବିସୁନିଙ୍କ ସ୍ମୃତି ସ୍ତମ୍ଭ ନିକଟରେ ପୁଷ୍ପମାଲ୍ୟ ଦେବାସହ ନିରବ ପ୍ରାର୍ଥନା କରିଛନ୍ତି ଆଳି ରାଜକନିକା ବିଜେପି କାର୍ଯ୍ୟ କର୍ତ୍ତା ଓ ହାରାମଣି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ।ହାରାମଣି ମେମୋରିଆଲ ଟ୍ରଷ୍ଟର ଚେୟାର ମ୍ୟାନ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଏହି କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଆଳି ଓ ରାଜକନିକାର ବିଜେପି କର୍ମୀ ଓ ହାରାମଣି ମେମୋରିଆଲର ବ୍ୟକ୍ତିମାନେ ଯୋଗଦେଇଥିଲେ ଆମକୁ ଯେଉଁ ବୀରମାନେ ବାସୁ ବିସୁନି ପ୍ରାଣତ୍ୟାଗ କରି ସ୍ଵାଧୀନତା ଆଣି ଦେଇଛନ୍ତି ସେହିମାନଙ୍କ ଉଦେଶ୍ୟାରେ କୃଷ୍ଣ ଚନ୍ଦ୍ର ପଣ୍ଡା ସେହି ମହାନ୍ ବୀରମାନଙ୍କ ଉଦେଶ୍ୟରେ ବହୁତ ସମ୍ମାନ ଜଣାଇ ଆଳି ରାଜକନିକାର ବାସୁ ବିସୁନି ଗର୍ବ ବୋଲି ସମ୍ବୋଧନ କରିଥିଲେ । ପରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପ୍ରତିନିଧି ସରତ ଚନ୍ଦ୍ର ଜଗଦେବ୍ ପ୍ରସଂସା କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ହାରାମଣି ଚାରିଟେବୁଲ ଟ୍ରଷ୍ଟର ସକ୍ରିୟ କର୍ମୀ ବିଷ୍ଣୁ ପ୍ରସାଦ ମହାରଣା କହିଥିଲେ ଯେ ୯.୮.୧୯୪୨ମସିହା ଠାରୁ ଏହି ଦିନଟିକୁ ଭାରତୀୟ ଜନତା ପାର୍ଟି କ୍ରାନ୍ତି ଦିବସ ଭାବେ ପାଳନ କରି ଆସୁଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ମହାନ୍ ବ୍ୟକ୍ତିମାନେ ବିରୋତ୍ଵର ସହ ଇଂରେଜ ବିରୋଧରେ ଲଢ଼େଇ କରି ସ୍ଵାଧୀନତାର ସ୍ଵାଦ ଦେଇଛନ୍ତି ସହି ବୀର ମାନଙ୍କ ସ୍ମୃତି ପିଠର ରଖ୍ୟଣ ବେଖ୍ୟଣ ଅଭାବରୁ ଜଙ୍ଗଲ ରେ ପରିଣତ ହେବାକୁ ଯାଉଛି। ଏସବୁ ପ୍ରତି ସ୍ଥାନିତ ପ୍ରସାସନଙ୍କ ନଜର ନାହିଁ। ଆଳିରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More