ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

10

Get real time updates directly on you device, subscribe now.

ସୋନପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଯୋଗଦେଇ ମହାନଦୀ ସାହିତ୍ୟ ସଂସଦ ବର୍ତ୍ତମାନ ମହୋଦଧିରେ ପରିଣତ ହୋଇଛି ବୋଲି ପ୍ରକାଶ କରିଥିଲେ l ସଂସଦ ର ସଭାପତି ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଉପ ସଭାପତି ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ଅଧ୍ୟାପକ ସୌରଭ ଖମାରୀ ବିବରଣୀ ପାଠ କରିଥିଲେ l ଏହି ଅବସରରେ ବାନ୍ଧକଳାକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଆଲୋଚକ ଭାବରେ ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେର ଓ ଡ଼କ୍ଟର ଲକ୍ଷ୍ମଣ ମେହେର ବାନ୍ଧକଳା ସମ୍ପର୍କ ରେ ଆଲୋଚନା କରିଥିବା ବେଳେ ମହାନଦୀ ସାହିତ୍ୟ ସଂସଦର ମୁଖପତ୍ର ଓଜସ ଉନ୍ମୋଚନ ହୋଇଥିଲା l ସଂସଦର ସହସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ ସଭାପରିଚାଳନା କରିଥିବା ବେଳେ ବନମାଳୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଦିନ ତମାମ ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ଏକ ମନୋଜ୍ଞ କବିତା ପାଠ କରାଯାଇଥିଲା l କବି ଆର୍ତତ୍ରାଣ ବାବୁ କବିତା ପାଠୋତ୍ସବ ର ସଭାପତିତ୍ବ କରିଥିବାବେଳେ ବିଶିଷ୍ଟ ଗାଳ୍ପିକ କବି ଡ଼କ୍ଟର ଅଶୋକ ମହାପାତ୍ର ଆଲୋଚକ ଭାବରେ ଯୋଗଦେଇ ପୁରସ୍କାର ପଛରେ ନ ଦୌଡ଼ିବାକୁ ପରାମର୍ଶ ଦେଇଥିଲେ l ଏହି କବିତା ଆସରରେ କବୟିତ୍ରୀ ଦେବଯାନୀ ମେସୱା ସଂଯୋଜନା କାରିଥିଲେ l ସନ୍ଧ୍ୟାରେ ମହାନଦୀ ସାହିତ୍ୟ ସମ୍ମାନ ଶଶୀ ଭୂଷଣ ମିଶ୍ର, ମହାନଦୀ ନାଟ୍ୟ ସମ୍ମାନ ଅଶ୍ୱିନୀ କୁମାର ପଣ୍ଡା, ମହାନଦୀ ଯୁବ ସମ୍ମାନ ନନ୍ଦ କାନ୍ନା ପୁଜାହାରୀ ଏବଂ ମହାନଦୀ ସ୍ୱତନ୍ତ୍ର ସମ୍ମାନ ସୂର୍ଯ୍ୟ ଦେଓ ଙ୍କୁ ପ୍ରଦାନ କରାଯାଇଥିଲା l ସଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତି ଆରାଧନା ସଂଗୀତ ଓ ଭଜନ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅବିନାଶ ହୋତା ସଂଯୋଜନା କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More