ମହାନଦୀ ମଝିରେ ଫସିଲେ ୧୦୦ ରୁ ଉର୍ଦ୍ଧ ମେଣ୍ଢା ଓ ୫ ଗାଈ

9

Get real time updates directly on you device, subscribe now.

ବଡ଼ମ୍ବା (ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବଡ଼ମ୍ବା ସଙ୍ଖାମେରି ଗ୍ରାମ ନିକଟରେ ଥିବା ମହାନଦୀ ମଝିରେ ଫସିଲେ 100 ରୁ ଉର୍ଦ୍ଧ୍ବ ମେଣ୍ଢା , 5 ଟି ଗାଈ ଓ ତାଙ୍କ ସହିତ ଅଛନ୍ତି ଦୁଇ ଜଣ ଗାଈ ଚରାଳି।ସାରା ରାଜ୍ୟ ରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଏହାର ପ୍ରଭାବରେ ବିଭିନ୍ନ ନଦୀ ଗୁଡ଼ିକର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ମହାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବଡ଼ମ୍ବା ବ୍ଲକ୍ ଶଙ୍ଖା ମେରି ଗ୍ରାମର ତିନି ଜଣ ବ୍ୟକ୍ତି ମେଣ୍ଢା ଓ ଗାଈ ଚରାଇବାକୁ ମହାନଦୀ ଭିତରେ ଥିବା କୁଦକୁ ଯାଇଥିଲେ।ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଗାଈ ଓ ମେଣ୍ଢା ଗୁଡ଼ିକ କୁଦରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗାଈ ଚରାଳି ସେଠାରୁ କୂଳକୁ ପଳାଇ ଆସିବାରେ ସଫଳ ହୋଇଛନ୍ତି।ଏନେଇ ବଡ଼ମ୍ବା ଦମକଳ ବାହିନୀକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣସ୍ଥଳରେ ପହଞ୍ଚିବା ବେଳକୁ ସନ୍ଧ୍ୟା ସମୟ ହୋଇଯାଇଥିଲା।ତଥାପି ଦମକଳ ବାହିନୀ ମହାନଦୀ ଭିତରକୁ ଯାଇ ଖୋଜାଖୋଜି କଲେ ମଧ୍ୟ ସେମାନଙ୍କୁ ପାଇ ନାହାନ୍ତି।ଯାହା ଫଳରେ ମେଣ୍ଢା ଓ ଗାଈ ଗୁଡ଼ିକୁ ଉଦ୍ଧାର କରାଯାଇ ନାହିଁ। ଘଟଣା ଉପରେ ନଜର ରଖିଛି ଦମକଳ ବାହିନୀ।ଫସି ରହିଥିବା ଦୁଇ ଜଣ ଗାଈ ଚରାଳି ହେଲେ ଅମିନ ନାୟକ ଓ ବସନ୍ତ ପଲେଇ।ମହାନଦୀ ଭିତରୁ ପଳାଇ ଆସିଥିବା ଜଣଙ୍କ ହେଲେ ରାକେଶ ନାୟକ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More