ମହାନଦୀ ଧାରା ଶିକ୍ଷାନୁଷ୍ଠାନରେ ” ଉତ୍ସାହ -୨୦୨୩ ” ଅନୁଷ୍ଠିତ

9

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଗତକାଲି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରାର ବାର୍ଷିକ ମହୋତ୍ସବ ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ଵରୀଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ପୁରଷ୍କାର ପ୍ରାପ୍ତ କନିଷ୍ଠ ରେଡକ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ ଯୋଗ ଦେଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଇ ଶିକ୍ଷାନୁଷ୍ଠାନ ର ପାଠପଢ଼ା ଶୈଳୀ, ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଉଦବୋଧନ ମୂଳକ ବକ୍ତବ୍ୟ, ପାଠ ପଢାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ବେଶ୍ ଉତ୍ସାହ ଭରିଦେଇଛି ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସହ ପ୍ରତିଷ୍ଠାତା ତଥା ଅର୍ଥନୀତି ଶାସ୍ତ୍ରରେ ପ୍ରବୀଣତା ହାସଲ କରିଥିବା ଅଧ୍ୟାପିକା ଆଭା ପୁଜାରୀଙ୍କ ଦ୍ଵାରା ମହାନଦୀ ଧାରାର କ୍ରମବିକାଶର ବିବରଣୀ ପାଠ କରା ଯାଇଥିଲା ଯାହାକି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଗତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଉଚ୍ଚ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଥିବା ଭଲ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଂସ୍କୃତ ଅଧ୍ୟାପିକା ମୋନାଲିସା ମେହେର ଙ୍କ ତତ୍ତ୍ଵାବଧାନରେ ତଥା ପିଲାମାନଙ୍କ ସକ୍ରିୟ ଅଂଶଗ୍ରହଣରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶଟି ରୋମାଞ୍ଚକର ହୋଇ ଉଠିଥିଲା । ଯୁକ୍ତ ତିନି ପ୍ରଥମ ପ୍ରଥମ ବର୍ଷର ଛାତ୍ରୀ ସ୍ୱପ୍ନା ମେହେର ଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ମନ ମୋହି ଥିବା ବେଳେ ନାରୀ ଶିକ୍ଷାକୁ ଆଧାର କରି ଅଭିନୟ ମାଧ୍ୟମରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷୀୟ ଛାତ୍ରୀ ମାନେ ସ୍ଵପ୍ନା , ପ୍ରାଚୀ , ନିବେଦିତା , ଶିବାନୀ, ବର୍ଷା, ସୁକାନ୍ତି, ଚାନ୍ଦିନୀ, ଇତି, ମୋତି ଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପଟି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ଏତତ୍ ବ୍ୟତୀତ ଦୁଇ ଛାତ୍ର ବିବେକ ଓ ରୁଦ୍ର ଉଭୟଙ୍କ ନାଚରେ ସମସ୍ତଙ୍କ ମନ ଝୁମି ଉଠିଥିଲା । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ପୂର୍ଣ୍ଣ ସହଯୋଗ ଏବଂ ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ରୂପେ ସମାପନ ହୋଇଥିଲା । ଶେଷରେ ଇତିହାସ ଅଧ୍ୟାପକ କାମଦେବ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More