ମହାନଦୀ ତଟୋତ୍ସଵ ଉଦଘାଟିତ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା, ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କିଶନ ନଗର ସନ୍ନିକଟ ଈଶାଣିଵ୍ରହ୍ମପୁର ପଞ୍ଚାୟତର ମଲ୍ଲିପୁର ମହାନଦୀ ତଟ ଦେଶରେ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମହାନଦୀ ତଟତ୍ସୋଵ ଆଜି ଶନିବାର ରାତିରେ ମହାନଦୀ ଆଳତି କରାଯାଇ ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀ,ସଂସଦର ସଭାପତି) ଙ୍କ ସଭାପତିତ୍ବ ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସମାରୋହରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,କଟକ ସାଂସଦ ଭର୍ତୁହରି ମହତାବ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳି ବିଧାୟକ ଡଃ ପ୍ରମୋଦ ମଲ୍ଲିକ, ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନି, ସଦର ମହୋତ୍ସବର ମୂଖ୍ୟ ପୁରୋଧା କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା,ତାଙ୍କ ମାତା ସାଲେପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ପ୍ରମିଳା ବେହେରା, ଉପଜିଲ୍ଲାପାଳ କମଲଜିତ୍ ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ଅମ୍ଵର କୁମାର କର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମିନି ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଥିବା ଏହି ମହୋତ୍ସବରେ ଶତାଧିକ ସରକାରୀ ଓ ବେସରକାରୀ ଷ୍ଟଲ ଖୋଲା ଯାଇଥିବା ବେଳେ ପ୍ରତ୍ୟେକ ଦିନ ସଂଧ୍ୟାରେ ବିଭିନ୍ନ ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More