ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପ୍ରତିନିଧି ଟିମ ନରସିଂହପୁର ନ ଆସିବାରୁ ଅସନ୍ତୋଷ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଓଡିଶା -ଛତିଶଗଡ଼ ଜଳବିବାଦ ପ୍ରସଙ୍ଗରେ ଜଳ ବିବାଦ ଟ୍ରିବ୍ୟୁନାଲର ଏକ ପ୍ରତିନିଧି ଟିମ ଛତିଶଗଡ଼ ପରିଦର୍ଶନ ପରେ ଓଡିଶାର ମହାନଦୀର ଶେଷ ବ୍ୟାରେଜ ଜଗତପୁର ଠାରେ ପହଞ୍ଚି ମହାନଦୀର ଅବବାହିକା ପରିଦର୍ଶନ କରିବା ସହ ବ୍ୟାରେଜରେ କେତେ ପରିମାଣରେ ଜଳ ସଞ୍ଚିତ ରହୁଛି ତାହା ଦେଖିଥିଲେ ।ଏହି ସମୟରେ ଜଗତପୁର ଅଞ୍ଚଳର ନିମପୁର ବାସୀଙ୍କ ପକ୍ଷରୁ ଯୁବ ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା ଓ କଟକ-ଚୌଦ୍ୱାର ବିକାଶ ପରିଷଦର ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ ।ବିଶେଷ କରି ଏହି ବ୍ୟାରେଜ ଉପରେ କଟକ,ଜଗତସିଂହପୁର, କେନ୍ଦ୍ରାପଡା, ଓ ଯାଜପୁର ଜିଲ୍ଲାର କୃଷି ନିର୍ଭର କରିଥାଏ ।ଖରାଦିନେ ନଦୀରେ ଜଳ ଅଭାବ ହେବା କାରଣରୁ କେନାଲ ମଧ୍ୟ ଶୁଖିଲା ପଡେ ।ଫଳରେ ଖରାଦିନିଆ କୃଷି ବାଧାପ୍ରାପ୍ତ ହୁଏ ।ଅଧିକାଂଶ ସମୟ ନଦୀ ଶୁଖିଲା ପଡିବା ଯୋଗୁଁ ନଦୀରେ ପଠା ସୃଷ୍ଟି ହୁଏ ।ଏଥି ସହିତ ମହାନଦୀରେ ଜଳ ଅଭାବ ଯୋଗୁଁ ମାଛ ଧରି ଜୀବିକା ନିର୍ବାହ କରୁଥିବା ସମ୍ପ୍ରଦାୟ ମଧ୍ୟ ମାଛ ଅଭାବରୁ ନିଜର ବୃତ୍ତି ହରାଇ ସର୍ବଶାନ୍ତ ହେଉଛନ୍ତି । ମହାନଦୀ ହେଉଛି ଆମର ଜୀବନ ରେଖା ।ଏଣୁ ବିଶେଷ କରି ଖରା ଦିନେ ଛତିଶଗଡ଼ ଜଳ ଅବରୋଧ ନକରି ଓଡିଶାକୁ ତାର ନ୍ୟାର୍ଯ୍ୟ ଜଳ ଛାଡିକାକୁ ଦାବୀ କରିଥିଲେ । ସେହିପରି ବଡମ୍ବା ଓ ନରସିଂହ ପୁର ଅଞ୍ଚଳକୁ ପ୍ରତିନିଧିମାନେ ଆସିନଥିଲେ । ଯାହାକି ବିଜେପି ନେତା ବିଜୟ ଦଳ ବେହେରା ଙ୍କ ସମେତ ଜନ ପ୍ରତିନିଧି ମାନେ ଅଭିଯୋଗ କରିବା ପାଇଁ ଚାହିଁ ବସିଥିବା ବେଳେ ନିରାଶ ହୋଇଥିଲେ ।ନରସିଂହପୁର ମହାନଦୀ ର ମଣିଭଦ୍ରା ଠାରେ ପୂର୍ବରୁ ବ୍ୟାରେଜ ପାଇଁ ନେହୁରୁ ଶୁଭ ଦେଇଥିଲା ବେଳେ ଏଠି ବ୍ୟାରେଜ ହେଲେ ବଡମ୍ବା ନରସିଂହ ପୁର ନୟାଗଡ଼ ଅଂଚଳର ଚାଷୀଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳିଥାନ୍ତା ସ୍ୱଚ୍ଛ ପାନୀୟ ଜଳ ପାଇ ପାରିଥାନ୍ତେ ।ପାଣି ଅଭାବରୁ କୋଟି କୋଟି ଟଙ୍କାର ପ୍ରୋଜେକ୍ଟ ଅଚଳ ହେବାକୁ ବସିଲାଣି । ।ବିଜେପି ନେତା ବିଜୟ ଦଳ ବେହେରା ବିଜେଡିକୁ ଦାୟୀ କରିବା ସହ ମହାନଦୀ ଟ୍ରିବୁନାଲ ନ ଆସିବା ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More