ମହାତ୍ମା ଗାନ୍ଧୀଙ୍କ ବେଶରେ ବଡ଼ଦାଣ୍ଡରେ ଚାଲିଲେ ୧୫୪ ଗାନ୍ଧୀ ବେଶଧାରୀ

23

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାତ୍ମା ଗାନ୍ଧୀଙ୍କ 154 ତମ ଜନ୍ମ ଦିବସକୁ ଏକ ନିଆରା ଢଙ୍ଗରେ ପୁରୀରେ ପାଳନ ହୋଇଛି । ମହାତ୍ମା ଗାନ୍ଧୀଙ୍କ ବେଶରେ ବଡ଼ଦାଣ୍ଡରେ ଚାଲିଲେ ୧୫୪ ଗାନ୍ଧୀ ବେଶଧାରୀ। ମହାତ୍ମା ଗାନ୍ଧୀ ଙ୍କ ୧୫୪ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ସହ ‘ସ୍ଵଚ୍ଛତା ଓ ଅହିଂସା’ର ବାର୍ତ୍ତା ଦିଆଯାଇଛି । ଗାନ୍ଧୀଜି ଅହିଂସାକୁ ଅସ୍ତ୍ର କରି ସ୍ଵାଧୀନତାର ମାର୍ଗ ପ୍ରସ୍ତୁତକରିଥିବା ବେଳେ ସ୍ବଚ୍ଛତାର ଆହ୍ବାନ ଦେଇ ଆସୁଥିଲେ । ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ଯରେ ସଚେତନ କରିବା ଉଦ୍ଦେଶ୍ଯରେ ‘ଆମେ ଶ୍ରୀକ୍ଷେତ୍ରବାସୀ’ ପକ୍ଷରୁ ଶ୍ରୀ ମନ୍ଦିର ସିଂହଦ୍ଵାରରୁ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲି ଅଭିମୁଖେ ଏହି ଗାନ୍ଧୀ ବେଶଧାରୀମାନେ ଯାତ୍ରା କରିଥିଲେ। ବନ୍ଦେ ମାତରଂ, ସ୍ଵଚ୍ଛତା ହିଁ ଶାନ୍ତି ନାରା ଦେଇ ବଡ଼ଦାଣ୍ଡରେ ଶୋଭାଯାତ୍ରା କରିଥିଲେ। ପରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା, ପୂର୍ବତନ ପୁଲିସ ପ୍ରଶାସକ ଯୋଗେଶ୍ବର ମହାପାତ୍ର, ପୌରପାଳିକା ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ ବେହେରା, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ବେଶଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ କରିଥିଲେ। ଗାନ୍ଧୀ ଚିନ୍ତାଧାରା, ଆଦର୍ଶକୁ ଯଦି ଆମେ ଆମ ଜୀବନରେ ଅନୁସରଣ କରିବା ତେବେ ସମାଜରେ ଶାନ୍ତି ଓ ସଦଭାବନା ବୃଦ୍ଧି ପାଇବ ବୋଲି ଅତିଥିମାନେ କହିଥିଲେ। ‘ଆମେ ଶ୍ରୀକ୍ଷେତ୍ରବାସୀ’ର କର୍ମକର୍ତ୍ତା ସୁକାନ୍ତ ପଣ୍ଡା, ଶଙ୍କର ପଣ୍ଡା, ଦୀପକ ପଣ୍ଡା, ସତ୍ୟନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଏହି ସ୍ବଚ୍ଛତା-ଅହିଂସା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More