ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମୀଣ ପାର୍କ ନିର୍ମାଣ ହୋଇଥିଲା ମାତ୍ର ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା

106

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମୀଣ ପାର୍କ ନିର୍ମାଣ ହୋଇଥିଲା ମାତ୍ର ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ।ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମ ପଂଚାୟତରେ ଗ୍ରାମୀଣ ପାର୍କ ଲକ୍ଷାଧିକ ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କରାଯାଇଥିଲା ।2020 ମସିହାରେ ରାଜ୍ୟ ସରକାର ଏହି ଗ୍ରାମୀଣ ପାର୍କ ଯୋଜନା କରିଥିଲେ ।ଏହି ଯୋଜନାରେ ନିମାପଡ଼ା ବ୍ଲକର 32 ପଞ୍ଚାୟତର 9 ଟି ପଂଚାୟତରେ ଗ୍ରାମୀଣ ପାର୍କ ହୋଇଥିଲା ।ଅବସର ବିନୋଦନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।କେତେକ ପାର୍କରେ ବରିଷ୍ଠ ନାଗରିକ ନିମନ୍ତେ ପାଦ ଚଲା ରାସ୍ତା କରାଯାଇଥିଲା ବେଳେ ଯୁବ ବର୍ଗ ପାଇଁ ଜିମ୍ ସୁବିଧା ସହିତ ଶିଶୁମାନଙ୍କ ଦୋଳି ଓ ଖସଡ଼ା ସହିତ ବିଭିନ୍ନ ପ୍ରକାର ବାଘ,ହାତୀ ଘୋଡ଼ା ପ୍ରଭୃତି ଖେଳନା ବ୍ୟବସ୍ଥା କରାଯାଇଥିଲା ।ପାର୍କକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାନୀୟ ଜଳ ଯୋଗାଣ ସହିତ ରଙ୍ଗ ବେରଙ୍ଗର ଆଲୋକ ବ୍ୟବସ୍ଥା ହୋଇଥିଲା ।ପାର୍କରେ ସକାଳେ ଓ ଅପରାହ୍ନରେ ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଯୁବପିଢି ,ଶିଶୁଙ୍କ ଲାଗୁଥିଲା ଗହଳି ।
ଗ୍ରାମାଞ୍ଚଳରେ ଚିତ୍ତବିନୋଦନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଂଚାୟତରେ ନିର୍ମାଣ ହୋଇଥିଲା ଗ୍ରାମୀଣ ପାର୍କ।ତେବେ ରକ୍ଷଣା ବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ପାର୍କ ଗୁଡ଼ିକ ବଣ ଜଙ୍ଗଲରେ ପରିଣତ ହୋଇଛି।ତେବେ କାହା ସ୍ୱାର୍ଥରେ ଏହି ପାର୍କ ନିର୍ମାଣ ହୋଇଥିଲା । ଗ୍ରାମାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କ ଠାରୁ ଆରମ୍ଭ କରି କୁନି କୁନି ପିଲାମାନଙ୍କ ଅବସର ବିନୋଦନ ପାଇଁ ପାର୍କ ନିର୍ମାଣ କରାଯାଇ ବିଭିନ୍ନ ପ୍ରକାରର ଦୋଳି ଓ ଖସଡ଼ା ସହିତ ଅନେକ ପ୍ରକାର ଖେଳନା ଲାଗିଛି । ପାର୍କର ସୌନ୍ଦଯ୍ୟ ବୃଦ୍ଧି ପାଇଁ ରଙ୍ଗ ବେରଙ୍ଗର ଫୁଲ ଗଛ ଲଗାଇ ସବୁଜୀମାମୟ କରି ହରିଣ,ବାଘ,ଘୋଡ଼ା, ପ୍ରଭୃତି ବିଭିନ୍ନ ପ୍ରକାରର ପକ୍ଷୀ ରଖାଯାଇ ବେଶ୍ ଆକର୍ଷଣୀୟ ହୋଇଥିଲା ।
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ 32 ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ମାତ୍ର 9 ଟି ପଞ୍ଚାୟତରେ ହୋଇଛି ଗ୍ରାମୀଣ ପାର୍କ ବାହାରଣା ,ତୁଳସୀପୁର,ତମ୍ପାଲୋ,ରେଞ୍ଚ, ଡେଣୁଅ,ହରିପୁର, ଅଲଣ୍ଡା, ବଳଙ୍ଗା,ଭିଲିଗ୍ରାମ, ପ୍ରଭୃତିରେ ସମ୍ପୂର୍ଣ୍ଣ ହୋଇଛି ପାର୍କ ।
ବହୁ ସଂଖ୍ୟାରେ ଗ୍ରାମୀଣ ପାର୍କ ହୋଇଛି ସତ କିନ୍ତୁ କାମରେ ଆସୁନି । ଏପରିକି ଅନେକ ପାର୍କରେ ଜନସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ପାର୍କ ନିର୍ମାଣ କରାଯାଇଛି ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇଗଲାଣି ।ଏହା ସହିତ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା ପାର୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଗଲାଣି ।ପାର୍କ ନିର୍ମାଣ ସରିବାର ମାତ୍ର କେଇ ମାସ ମଧ୍ୟରେ ପାର୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।ସରକାରଙ୍କ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ପାର୍କ ନିର୍ମାଣ କରିଥିଲେ ଏବଂ ନିର୍ବାଚନ ପରେ ଏ ସରକାର ସମସ୍ତ ଯୋଜନାକୁ ଭୁଲିଯାଆନ୍ତି ତେଣୁ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ମାନସ ପ୍ରଧାନ।ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ବୋଲି ବୁଦ୍ଧିଜୀବୀ କହିଛନ୍ତି ।ଗ୍ରାମୀଣ ପାର୍କ ଏବେ ଜଙ୍ଗଲରେ ପରିଣତ ହେବା ସହିତ ସରୀସୃପଙ୍କ ବାସସ୍ଥାନ ପାଲଟିଛି ।ପାର୍କରେ ଲାଗିଥିବା ଲାଇଟ୍ ପାଣି ଟ୍ୟାପ ସବୁ କିଛି ଭାଙ୍ଗି ରୁଜି ନଷ୍ଟ ହୋଇଗଲାଣି ।ଏବେ ପାର୍କ ଅସୁରକ୍ଷିତ ହୋଇପଡ଼ିଥିବାରୁ ଆଉ ଆସୁ ନାହାଁନ୍ତି ବୃଦ୍ଧ ବୃଦ୍ଧା ଛୋଟ ପିଲାମାନେ । ସରକାରଙ୍କ ଗ୍ରାମୀଣ ପାର୍କ ଫେଲ ମାରିଥିବା କହିଛନ୍ତି ଗ୍ରାମବାସୀ ।ସେପଟେ ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ କୁହନ୍ତି ଏମ ଏନ୍ ଆର୍ ଜି ଏସ ଯୋଜନରେ ପାର୍କ ପାଇଁ ଅର୍ଥ ଖର୍ଚ୍ଚ କରାଯାଇ ପାର୍କ ନିର୍ମାଣ କରାଯାଉଛି ।ପଞ୍ଚାୟତକୁ ଆସୁଥିବା ପଞ୍ଚାୟତ ପରିମଳ ବ୍ୟବସ୍ଥା ପାଇଁ ସରକାର ଚତୁର୍ଦ୍ଦଶ ଅର୍ଥ କମିଶନ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ଯୋଗାଇ ଦେଉଛନ୍ତି ସେହି ଅର୍ଥରେ ଏହି ଗ୍ରାମୀଣ ପାର୍କର ରକ୍ଷଣା ବେକ୍ଷଣ ହେବା କଥା ତେଣୁ ଘଟଣାର ତଦନ୍ତ କରି ପାର୍କ ଗୁଡ଼ିକ ପୁନର୍ବାର କାର୍ଯ୍ୟକ୍ଷମ କରିବେ ବୋଲି କହିଛନ୍ତି ନିମାପଡ଼ା ବିଡ଼ିଓ । ଏଫଭିଓ- ସରକାରଙ୍କ ଏହି ଗ୍ରାମୀଣ ପାର୍କ ଯୋଜନା କାହାସ୍ୱର୍ଥରେ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା ।ତେବେ ଦେଖିବାକୁ ବାକି ରହିଲା ପାର୍କ କେବେ ପୁନର୍ବାର କାର୍ଯ୍ୟକ୍ଷମ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More