ମହମ୍ମଦଙ୍କ ଜୟନ୍ତୀ ପାଳିତ

10

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡ଼ା ଜିଲ୍ଲା ଏକ ଭାଇଚାରା ସହର, ଏଠି ହିନ୍ଦୁ ମୁସଲିମ ଭାଇ ଭାଇ, ପରସ୍ପର ଧାର୍ମିକ କାର୍ଯ୍ୟକ୍ରମରେ ପରସ୍ପରକୁ ନିମନ୍ତ୍ରଣ କରିଥାନ୍ତି ।ତେଣୁ ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ହୋଇଥିବାରୁ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ଏକ ନିଆରା ଖୁସି ଦେଖିବାକୁ ମିଳିଥିଲା । ଇତିହାସକୁ ଦେଖିଲେ ପ୍ରୋପେଟ ମହମ୍ମଦ ଜଣେ ଶାନ୍ତିର ପ୍ରଚାରକ ଥିଲେ, ସାଧରଣରେ ଶାନ୍ତି ବାର୍ତା ବାଣ୍ଟିବା ତାଙ୍କର ଧର୍ମ ଥିଲା । ବିଶ୍ୱରେ ସମସ୍ତେ କିପରି ସୁଖ ଶାନ୍ତି ଓ ଭାଇ ଚାରା ହୋଇ ରହିବେ ତାହାହିଁ ମୁଖ୍ୟ ଲକ୍ଷ ଥିଲା । ମହମ୍ମଦଙ୍କୁ ଶାନ୍ତିର ପ୍ରଚାରକ ବୋଲି ମୁସଲମାନ ଧର୍ମର ଲୋକେ ମାନନ୍ତି । ତେଣୁ ଏହି ପର୍ବକୁ ଅତି ଧୂମଧାମ ରେ ପାଳନ କରିଛନ୍ତି ମୁସଲମାନ ସମ୍ପ୍ରଦାୟ ଲୋକେ । ଗତ ଦୁଇ ବର୍ଷ ହେବ କୋରନା ମହାମାରୀ କାରଣରୁ ସବୁକିଛି ବନ୍ଦ ବାନ୍ଦ ଥିଲା । ଏଣୁ ଚଳିତ ଥର ମହାମାରୀ ଦୂର ହେବା ପରେ ସରକାର କ୍ଲିନ ଚିଟ ଦେବା ପରେ ସବୁ ପ୍ରକାର ଜାନିଯାତ୍ରା ଅନୁଷ୍ଠିତ ହେଇପାରୁଛି । ପ୍ରୋପେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ପ୍ରତିବର୍ଷ ପରି ଚଳିତ ବର୍ଷ ଅତି ଆଡମ୍ବରରେ ପାଳନ କରିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୁସଲିମ ସଂଗଠନ ଗୁଡିକ ଏକତ୍ରିତ ହୋଇ କେନ୍ଦ୍ରାପଡ଼ା ପୂରୁଣୁଣା ମୋଟର ଷ୍ଟାଣ୍ଡରୁ ପାଦ ଚଲା ଶୋଭାଯାତ୍ରା ବାହାରି ବଡ଼ହାଟ, ଫକୀରାବ,ହାଟ ଛକ, ନୂଆ ମୋଟରଷ୍ଟାଣ୍ଡ ଦେଇ ଦିଲାରପୁର ନିକଟରେ ଥିବା ମସଜିଦରେ ପହଞ୍ଚି ଶତାଧିକ ମୁସଲିମ ଲୋକେ ସମୂହ ଶାନ୍ତି ପାର୍ଥନା କରିଥିଲେ । ଏହି ଶୋଭାଯାତ୍ରାରେ ରଣପଡା, ଜୟପୁରା ,ଫକୀରାବାଦ ,ଦାୟତ୍ୱପୁର ,ଦିଲାରପୁର, ଗରାପୁର ଆଦି ସଂଗଠନ ଗୁଡିକ ଶତାଧିକ ଲୋକେ ଶୋଭା ଯାତ୍ରାରେ ସାମିଲ ହୋଇ ମହମ୍ମଦଙ୍କ ସମ୍ପର୍କରେ ସ୍ଲୋଗାନ ଦେଇ ପଦ ଯାତ୍ରା ସାହାଯ୍ୟରେ କେନ୍ଦ୍ରାପଡ଼ା ସହର ପରିକ୍ରମା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More