ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ପୋୖର ପରିଷଦ ଦ୍ୱାରା ସ୍ଥାନୀୟ ଦେଭୋଗ ଠାରେ ମଳ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ପ୍ରାୟ ଦଶ ଏକର ଜମିରେ ଏହାର ନିର୍ମାଣ କରାଯାଇଛି। ଏବଂ ଏହି କେନ୍ଦ୍ର ଦ୍ୱାରା ଆବର୍ଜନା ଜଳକୁ ବିଶୋଧିତ କରିବା ସହିତ ଶୁଖିଲା ଖତ(ମୋ ଖତ)ପ୍ରସ୍ତୁତ କରାଯାଉଛି। ଏହି ମଳ ପ୍ରକ୍ରିୟା କରଣ ପ୍ଲାଣ୍ଟ ଯୋଗୁ ପୌଅରାଞ୍ଚଳ ବାସୀ ଉପକୃତ ହୋଇପାରିବେ।ତେବେ ଏହି ପ୍ରକ୍ରିୟା କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ୧୩ନଂ ୱାର୍ଡର ଅନନ୍ୟା ସ୍ୱୟଂ ସହାୟକ ଗୋଷ୍ଠୀ କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଛି। ଏହି ହସ୍ତାନ୍ତର ପ୍ରକ୍ରିୟାରେ ଜଗତସିଂହପୁର ପୋୖର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୋୖର ପରିଷଦ ଯନ୍ତ୍ରୀ ବ୍ରଜେନ୍ ଦାସ, କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର, ରାଜ୍ୟ ସଂଯୋଜକ ଶତାବ୍ଦୀ ଦାସ, ରାଜାଶ୍ରୀ ପଟି ପ୍ରମୁଖ ଉପସ୍ଥିତ ରହି ହସ୍ତାନ୍ତର ପ୍ରକ୍ରିୟା କୁ କାର୍ଯ୍ୟକାରୀ କରିଛନ୍ତି।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।