ମର୍ମନ୍ତୃତ ସଡକ ଦୃଘଟଣାରେ ୪ ମୃତ, ୧ ଗୁରୁତର

18

Get real time updates directly on you device, subscribe now.

ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକଟରେ ରାଜ୍ୟରାଜପଥ-୩୯ ଉପରେ ଶୁକ୍ରବାର ମଧ୍ୟରାତ୍ରି ସମୟରେ ଏକ କାର ରାସ୍ତାକଡରେ ଥିବା ଗଛକୁ ପିଟି ହେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି | ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି | ସୂଚନାଯୋଗ୍ୟ:- ନବରଙ୍ଗପୁରରୁ ଏକ କାର ନଂ ଓଡ଼ି ୧୦କେ ୭୭୮୬ ଯୋଗେ ନବରଂଗପୁର ର ଗାଦବାଗୁଡା ଗ୍ରାମର ସେଖ ସଦାମ(୨୮) ଓ ରବୀନ ସେନ ହିଆଲ (୨୮), ସେନାପତି ସାହି ର ସାଇଦାନ ବେନିଆ (୨୮), ପାପଡାହାଣ୍ଡି ବ୍ଲକ ପ୍ରାଧନିଗୁଡା ଗ୍ରାମର ଅନଶ୍ଵର ଖାନ (୨୭) ଓ ପାପଡାହାଣ୍ଡି ର ଶକ୍ତି ଖାନ (୨୫) କୌଣସି କାମରେ ଉମରକୋଟ ଅଭିମୁଖେ ଯାଉଥିଲେ | କିଏ ଜାଣିଥିଲା ଏହି ଯାତ୍ରା ଏମାନଙ୍କ ଶେଷ ଯାତ୍ରା ହେବ ବୋଲି | ଯାଉଥିବା ସମୟରେ ଡାବୁଗାଁ ଥାନା ଅଧୀନ ସରାଗୁଡା ଛକ ନିକଟ ରାଜ୍ୟ ରାଜପଥ-୩୯ ଉପରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ରେ ପିଟି ହୋଇଥିଲା ଫଳରେ ଗାଡି ରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସେଖ ସଦାମ , ରବୀନସେନ ହିଆଲ ଓ ସାଇଦାନ ବେନିୟାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା | ଅନଶ୍ଵର ଖାନ ଓ ଶକ୍ତି ଖାନଙ୍କୁ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସାପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଅନଶ୍ଵର ଖାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି | ଏନେଇ ଡାବୁଗାଁ ଥାନା ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ହୋଇଥିବା ଗାଡି ସହ ଶବ ଜବତ କରିଥିଲା | ପରେ ମୃତକ ମାନଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଡାବୁଗାଁ ଥାନାରେ ୧୮୮/୨୨ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More