ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ ଓ ୧୯ ଆହତ

15

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ) : -ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆ ଗାଁ ନିକଟରେ । ଘଟଣାରୁ ଯାହା ଜଣାପଡିଛି ବୁଧବାର ସକାଳ ପାଖାପାଖି ଆଠ ଘଟିକା ସମୟରେ କୁରକୁଟିଆ ନିକଟସ୍ଥ ବଣକାଟି ଗ୍ରାମରୁ OD 09 R 5283 ନମ୍ବର ବିଶିଷ୍ଟ ଏକ ମେକ୍ସ ଟ୍ରାକ୍ ସୁପ୍ର ଡାଲା ଭ୍ୟାନ ଯୋଗେ ସୁଳିଆପଦା ଥାନା ଅନ୍ତର୍ଗତ ତଳ ଯୁଡିଆ ଗ୍ରାମକୁ ମୃତ୍ୟ ଆଦ୍ରମଣି ନାଏକ (୫୫) ଙ୍କ ସାନ ଝିଅକୁ ପାଖାପାଖି ୨୦/୨୨ ଜଣ ସ୍ତ୍ରୀ ପୁରୁଷ ସଦ ଖୁଆଣି ପାଇଁ ଯାଉଥିଲେ। ତେବେ କୈଣସି କାରଣ ବସତ ଭ୍ୟାନଟି ଭାରସାମ୍ୟ ହରାଇ ନୂଆ ଗାଁ ନିକଟରେ ୪୯ନମ୍ବର ଜାତୀୟ ରାଜପଥର ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ଆର୍ଦ୍ରମଣି ନାଏକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହିତ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଖବର ପାଇ ମଣଦା ଫାଣ୍ଡି ପୋଲିସ ରମେଶ ଚନ୍ଦ୍ର ଟୁଡୁ ଓ ମାନସ କୁମାର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି NHAI 1033 ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯଶିପୁର ଡାକ୍ତର ଖାନାକୁ ନେଇଥିବା ଜଣାପଡିଛି। ପରେ ସେଠାରୁ ଗୁରୁତର ଥିବା ରୋଗୀଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବାବେଳେ ମୃତ୍ୟକକୁ ମଣଦା ଫାଣ୍ଡି ଅଧିକାରୀ ବିନାୟକ ବେହେରା ବିଶୋଇ ଥାନା ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡ଼ିକାଲକୁ ପଠାଇଥିବା ଜଣାପଡିଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More