ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକ୍ଷକ ମୃତ, ଜଣେ ଗୁରୁତର ଆହତ

24

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) :-କନ୍ଧମାଳ ଜିଲ୍ଲା,ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ସନ୍ଧ୍ୟା ପ୍ରାୟ ୫ ଘଣ୍ଟିକା ସମୟରେ ଆଜି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର ନମ୍ବର ଓଡ଼ି ୧୨ ବି ୨୯୦୩ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ ବସିଥିବା ଜଣେ ଶିକ୍ଷକ ନାରାୟଣ ସାହୁଙ୍କ( ବୟସ ୫୨ ) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିକ୍ଷକ ଶାନ୍ତନୁ ଆଚାର୍ଯ୍ୟ ଗୁରୁତର ହୋଇଥିବା ବେଳେ ସୂଚନା ପାଇ ଟିମ ହ୍ଵମାନିଟି କନ୍ଧମାଳ ଟିକାବାଲି ଶାଖା ର ସଭ୍ୟ ଭାଇମାନେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହାୟତା ରେ ଦୁହିଁଙ୍କୁ ଉଦ୍ଧାର କରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ଡାକ୍ତର ନାରାୟଣ ସାହୁଙ୍କୁ ଦେଖି ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ।ମୃତ ନାରାୟଣ ସାହୁଙ୍କ ଘର ଘୁ.ଉଦୟଗିରି ସହରରେ।ସେ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି।ମୃତ ସାହୁ ଜଣେ ଛାତ୍ର ବଶ୍ଚଳ ଶିକ୍ଷକ ସହ ଜଣେ ପରୋପକାରୀ ବ୍ୟକ୍ତି ଭବେ ସାରା ଅଞ୍ଚଳରେ ପରିଚିତ ତାଙ୍କ ମୃତ୍ୟୁକୁ ଅଞ୍ଚଳ ବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କର ଗୋଟିଏ ମାତ୍ର ଝିଅ ଫୁଲବାଣୀ ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଆଜି ଝିଅକୁ ଦେଖି ଫେରୁଥିବା ସମୟରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More