ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ବାନୁଆଗୁଡା ଗ୍ରାମ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ | ସୂଚନାଯୋଗ୍ୟ:- ଗୁରୁବାର ଅପରାହ୍ନରେ ଡାବୁଗାଁ ଥାନା ଅଧୀନ ବାନୁଆଗୁଡା ଗ୍ରାମର ରାଜୀବ ଗୌଡ ଓ ଚନ୍ଦନ ଗୌଡ ଏକ ମୋଟରସାଇକେଲ ନଂ ଓଡି ୧୦ ଜି ୦୫୫୬ ଯୋଗେ ଘରୁ ବାହାରି ଡାବୁଗାଁ କୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟରସାଇକେଲ ନଂ ଓଡି ୨୪ ଜି ୭୩୭୩ ରେ ସେହି ଗ୍ରାମର କୁବେର ଗୌଡ ଘରକୁ ଫେରୁଥିଲେ | ସେହି ସମୟରେ ଗ୍ରାମ ନିକଟ ନର୍ସରୀ ରାସ୍ତାର ବୁଲାଣି ଉପରେ ଉଭୟ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ଉଭୟ ଗାଡିରେ ଥିବା ଯୁବକ ମାନେ ତଳେ ପଡି ଆହତ ହୋଇଥିଲେ | ୩ ଜଣଙ୍କ ମଧ୍ୟରୁ ରାଜୀବ ଗୌଡ (୩୦)ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ସ୍ତ୍ରୀ ପନିତା ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ସହ ନିରୀକ୍ଷକ ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ | ଏନେଇ ଥାନା କେସ ନଂ ୧୧୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More