ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ, ଦୁଇ ଗୁରୁତର

15

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସଦର ଥାନା ଅନ୍ତର୍ଗତ ଗିରଫ ଛକ ନିକଟରେ ଏକ ବସ ଗୋଟିଏ ବାଇକକୁ ଧକ୍କା ଦେଇଛି । ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ବ୍ରହ୍ମଗିରି ଥାନା ଅଞ୍ଚଳର ବିକ୍ରମ ଭୋଇ(୨୯) ଏବଂ ଗୁରୁତର ଜଣକ ହେଲେ ବ୍ରହ୍ମଗିରି ଅଞ୍ଚଳର ମହେନ୍ଦ୍ର ସ୍ୱାଇଁ(୫୫) । ଘଟଣାସ୍ଥଳେ ସଦର ଥାନା ପୁଲିସ ପହଞ୍ଚି ବସକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଶୁକ୍ରବାର ଅପରାହ୍ଣ ୨ଟା ସମୟରେ ବ୍ରହ୍ମଗିରିରୁ ବାଇକ୍ ଯୋଗେ ବିକ୍ରମ ପୁରୀ ଯାଉଥିଲେ । ଗିରଳ ଛକ ନିକଟରେ ପୁରୀ ପଟୁ ଯାଉଥିବା ବସ୍ ସହ ସମ୍ମୁଖରୁ ତାଙ୍କର ଧକ୍କା ହୋଇଥିଲା । ବିକ୍ରମଙ୍କ ପଛପଟେ ଆଉ ଏକ ବାଇକ୍‌ରେ ମହେନ୍ଦ୍ର ଓ ଅର୍ଜୁନ ଆସୁଥିଲେ । ଏହି ଦୁର୍ଘଟଣା ଦେଖି ସେମାନେ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟିରେ ପିଟିଦେଇଥିଲେ । ଘଟଣାସ୍ଥଳରେ ବିକ୍ରମଙ୍କ ମୃତ୍ୟୁ ହୋଇଥିବାବେଲେ ମହେନ୍ଦ୍ର ଓ ଅର୍ଜୁନ ରାସ୍ତାରେ ପଡିଥିଲେ । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଡାକ୍ତର ବିକ୍ରମଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ବିକ୍ରମଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ହେବା ପରେ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ । ସେପଟେ ଏହି ଦୁର୍ଘଟଣାକୁ ନେଇ ଗିରଳ ଛକରେ ଉତ୍ତେଜନା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମାଡ଼ ମାରିବାକୁ ବାହାରିଥିଲେ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More