ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ ,୧ ଗୁରୁତର

14

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝାରମୁଣ୍ଡା ଛକ ନିକଟ ରେ କାର – ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଗୁରୁତ୍ତର | ସୂଚନାଯୋଗ୍ୟ:- ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଘ. ସମୟରେ ଡାବୁଗାଁ – ପାପଡାହାଣ୍ଡି ରାଜ୍ୟ ରାଜପଥ – ୩୯ ଉପରେ ଛତିଶଗଡ ରାଜ୍ୟର ରାୟପୁର ଅଞ୍ଚଳରୁ ଏକ କାର ନଂ ସିଜି ୦୪ ଏଲକ୍ୟୁ ୭୨୮୨ ଯୋଗେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଯାଉଥିବା ସମୟରେ ଡାବୁଗାଁ ଥାନା ଅଧୀନ ଝାରମୁଣ୍ଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକେଲ ନଂ ଓଆର ୦୮ ଜି ୮୫୮୩ ଯୋଗେ ଆସୁଥିବା ୨ ଜଣ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ମୋଟରସାଇକେଲରେ ଥିବା ୨ ଜଣ ଗାଡି ସହ ରାସ୍ତା ଉପରେ ପଡି ଗୁରୁତ୍ତର ଥିବାରୁ ୨ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ଗୁରୁତ୍ତର ମାନେ ହେଲେ ପାପଡାହାଣ୍ଡି ବ୍ଲକର ଚେରଚେଟା ପଞ୍ଚାୟତ ଅଧୀନ ଝାଡିଆଗୁଡା ଗ୍ରାମର ଚନ୍ଦ୍ର ପରଜା (୪୨) ଓ ରାମ ପରଜା (୪୩) | ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚନ୍ଦ୍ର ପରଜାଙ୍କୁ ମୃତ ଘୋଷଣା କରିଥିଲେ | ରାମ ପରଜା ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଥାନାକୁ ଆଣିଥିଲେ ଏବଂ ତଦନ୍ତ ଜାରି ରହିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More