ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ,୧ ମୃତ, ଦମ୍ପତି ଗୁରୁତର

11

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରାଞ୍ଚଳ ଅନ୍ତର୍ଗତ ରେଳଫାଟକ ସନ୍ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ସ୍କୁଟି ଓ ବାଇକକୁ ଧକ୍କା ଦେଲା ପିକ୍ ଅପ୍ ଭ୍ୟାନ । ଘଟଣାଟି ଆଜି ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ଘଟିଥିଲା । ଘଟଣାସ୍ଥଳରେ ସ୍କୁଟି ଚଳାକ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ବାଇକରେ ଥିବା ଦମ୍ପତି ଗୁରୁତର ହୋଇଥିଲେ । ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ପହଞ୍ଚି ତଦନ୍ତ କରିବା ସହ ଗାଡ଼ି ଦୁଇଟାକୁ ଜବତ କରିଥିଲେ ।ମୃତକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବୋଧିଆକୁଦର ଗ୍ରାମର କ୍ଷୀରୋଦ ମହାନ୍ତ । ସେ ଜଣେ କ୍ଷୀର ବ୍ୟବସାୟୀ ।ସକାଳେ ରାଇରଙ୍ଗପୁର ସହରକୁ କ୍ଷିର ବେପାର କରିବାକୁ ଆସି ଦୁର୍ଘଟଣାର ଶିକାର ହୋଇଥିଲେ । ସେହିଭଳି ଗୁରୁତର ଦମ୍ପତି ହେଲେ ବିଶୋଇ ଥାନା ଅଂଚଳର ଅସନା ଗ୍ରାମର ରାହୁଲ ନାଏକ ଏବଂ ପତ୍ନୀ ସାଗରିକା ନାଏକ । ଗୁରୁତର ଦୁଇଜଣଙ୍କୁ ବାରିପଦା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡି ଦୁଇଟାକୁ ଜବତ କରିବା ସହ ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More