ମର୍ମନ୍ତୁଦ ଦୁର୍ଘଟଣାରେ ପତି ପତ୍ନୀଙ୍କ ସମେତ ଆଖି ବୁଜିଲେ ୩ ଜଣ

10

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ଓମକାରେଶ୍ୱର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ପତି ପତ୍ନୀଙ୍କ ସମେତ ଆଖି ବୁଜିଲେ 3 ଜଣ । ନିର୍ବନ୍ଧରେ ଯୋଗ ଦେବାକୁ ଆସି ସବୁଦିନ ପାଇଁ ନିରବୀ ଗଲେ ଛତ୍ରପୁରର 55ବର୍ଷୀୟ ସତ୍ୟନାରାୟଣ ଦାସ ଓ ତାଙ୍କ ପତ୍ନୀ 50 ବର୍ଷୀୟ ଗାୟତ୍ରୀ ଦାସ । ନିଜ ନଣନ୍ଦର ପୁଅର ନିର୍ବନ୍ଧରେ ଯୋଗଦେବା ପାଇଁ ଉଭୟ ପୁରୀ ଶଙ୍କରେଶ୍ୱର ମନ୍ଦିର ଆସିଥିଲେ । ସେଠାରୁ ଫେରିବା ସମୟରେ ଭଣଜାର ସାଙ୍ଗ ପୁରୀର ରାକେଶ ନନ୍ଦଙ୍କ ସହ ସ୍କୁଟି ଗାଡ଼ିରେ ବସିଥିଲେ ଗାୟତ୍ରୀ ।ପଛକୁ ଅନ୍ୟ ଏକ ଗାଡି ନେଇ ଫେରିବା ପାଇଁ ଅପେକ୍ଷା କରିଥିଲେ ସତ୍ୟ ନାରାୟଣ । ଶଙ୍କରେଶ୍ବର ଛକ ଗଡାଣିରୁ ଜାତୀୟ ରାଜପଥକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଏହି ସମୟରେ ଏକ ଯାତ୍ରୀ ବାହିବସ୍ ଆସି ଧକା ଦେବା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ବସଟି ଦୁର୍ଘଟଣା ପରେ ବାସେଳି ସାହି ଥାନାରେ ସରେଣ୍ଡର କରିଛି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ପହଁଚି ମୃତକଙ୍କ ସମ୍ପର୍କକିୟ ସହିତ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More